Odia News Portal

ଆଜିଠୁ ପାର୍ଲାମେଣ୍ଟ ଶୀତକାଳୀନ ଅଧିବେଶନ

ଆଜିଠୁ ପାର୍ଲାମେଣ୍ଟ ଶୀତକାଳୀନ ଅଧିବେଶନ
ଆଜିଠାରୁ ପାର୍ଲାମେଣ୍ଟର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି । ପ୍ରଥମ ଦିନରେ ସରକାର ନୂଆ କୃଷି ଆଇନ ପ୍ରତ୍ୟାହାର ବିଲ ଆଣିବେ । କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏହି ବିଲ ଆଗତ କରିପାରନ୍ତି । ଅଧିବେଶନ ପୂର୍ବରୁ ସରକାର ସର୍ବଦଳୀୟ ବୈଠକ ଡାକିଥିଲେ । ଏଥିରେ ବହୁ ବିରୋଧୀ ଦଳ ଦରବୃଦ୍ଧି, ପେଗାସସ ଗୁପ୍ତଚର ମାମଲା ଓ ବେକାରୀ ସମସ୍ୟା ଉପରେ ଆଲୋଚନା ପାଇଁ ଦାବୀ କରିଥିଲେ । ଏହି ବୈଠକରେ ନରେନ୍ଦ୍ର ମୋଦିଙ୍କୁ ସାମିଲ କରାଯାଇଥିଲା କିନ୍ତୁ ସେ ଆସି ନଥିଲେ ଏହାକୁ ନେଇ ମଧ୍ୟ ବିରୋଧୀ ମାନେ ପ୍ରଶ୍ନ ଉଠାଇଥିଲେ । କେନ୍ଦ୍ରମନ୍ତ୍ରୀ କହିଥିଲେ ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ଆଗରୁ ଉପସ୍ଥିତ ରହୁନଥିଲେ । ବୈଠକରେ ପ୍ରଧାନମନ୍ତ୍ରୀ ନିଜ ଆଡୁ ଆସୁଥିଲେ । ଏଥର କିନ୍ତୁ ଆସି ନାହାଁନ୍ତି । ତେବେ ରଣନୀତି ପ୍ରସ୍ତୁତ ପାଇଁ କଂଗ୍ରେସ, ବିରୋଧୀ ଦଳ ଗୁଡିକର ବୈଠକ ଡାକିଛନ୍ତି ।