Odia News Portal

ଦୀପାବଳି ସୁଦ୍ଧା ୫ଜି ଲଞ୍ଚ କରିବ ଜିଓ

ଦୀପାବଳି ସୁଦ୍ଧା ୫ଜି ଲଞ୍ଚ କରିବ ଜିଓ । ୨୦୨୩ ଶେଷ ସୁଦ୍ଧା ସାରା ଦେଶରେ ଯୋଗାଇବ ସେବା । ରିଲାଆନ୍ସ ଅଧକ୍ଷ୍ୟ ମୁକେଶ ଅମ୍ବାନୀ ନିଜେ ଏହା ଘୋଷଣା କରିଛନ୍ତି । ସେ କହିଛନ୍ତି, ରିଲିଆନ୍ସ ଜିଓ ୫ଜି ସେବା ଯୋଗାଇଦେବା ପାଇଁ ୨ ଲକ୍ଷ କୋଟି ଟଙ୍କାର ନିବେଶ କରିବା ପାଇଁ ପ୍ରତିଶ୍ରୁତି ବଦ୍ଧ ଅଟେ । ଦେଶର ପ୍ରମୁଖ ସହରରେ ଚଳିତବର୍ଷ ଦୀପାବଳି ସୁଦ୍ଧା ୫ଜି ସେବା ଆରମ୍ଭ କରିବ ଜିଓ । ୨୦୨୩ ଡିସେମ୍ବର ସୁଦ୍ଧା ସାରା ଦେଶରେ ଜିଓ ୫ଜି ସେବା ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛି । ଏଥିସହିତ ଶସ୍ତା ୫ଜି ସ୍ମାର୍ଟଫୋନ ନିର୍ମାଣ ପାଇଁ ଗୁଗୁଲ ସହିତ କାମ ଚାଲିଥିବା ଅମ୍ବାନି ସୂଚନା ଦେଇଛନ୍ତି ।