Odia News Portal

ଭୁବନେଶ୍ୱର ଏୟାରପୋର୍ଟରେ ଲେଜର ଆକ୍ରମଣ ଭୟ

ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଲେଜର ଆକ୍ରମଣ ଭୟ। ଭୁବନେଶ୍ବର ବିମାନବନ୍ଦର ପ୍ରତି ଲେଜର ଓ ଡ୍ରୋନ ଆକ୍ରମଣର ଭୟ ରହିଛି। ବିଭିନ୍ନ ସମୟରେ ବିମାନବନ୍ଦରର ସୁରକ୍ଷାକୁ ନେଇ ବିଶେଷଜ୍ଞମାନେ ପ୍ରଶ୍ନ ଉଠାଉଥିବାବେଳେ ଖୋଦ ବାଣିଜ୍ୟ ଓ ପରିବହନ ବିଭାଗ ଏନେଇ ଚିନ୍ତାବ୍ୟକ୍ତ କରିଛି।

ବିଭାଗର ବିବରଣୀ କହୁଛି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ ଏହି ଆନ୍ତର୍ଜାତିକ ବିମାନବନ୍ଦର ପ୍ରତି ଲେଜର ଓ ଡ୍ରୋନ ଆକ୍ରମଣ ଆଶଙ୍କା ରହିଛି। ରିପୋର୍ଟରେ ଅର୍ଥନୈତିକ ଅବନତି ଦିଗ ପ୍ରତି ମଧ୍ୟ ଗୁରୁତ୍ବ ଦିଆଯାଇଛି।୨୦୨୦-୨୧ ଆର୍ଥିକ ବର୍ଷରେ ବିମାନବନ୍ଦରର ରାଜସ୍ବ ବହୁ ପରିମାଣରେ କମିଛି। ଖାଲି ସେତିକି ନୁହେଁ ଉଭୟ ବିଦେଶୀ ଓ ଘରୋଇ ଯାତ୍ରୀଙ୍କ ସଂଖ୍ୟା ବହୁ ପରିମାଣରେ ହ୍ରାସ ପାଇଛି। ରାଜ୍ୟ ସରକାର ପୁରୀରେ ଦ୍ବିତୀୟ ତଥା ଅନ୍ତର୍ଜାତୀୟ ବିମାନ ବନ୍ଦର ପାଇଁ କ୍ଷେତ୍ର ପ୍ରସ୍ତୁତ କରୁଥିବାବେଳେ ବିଭାଗର ଏହି ତଥ୍ୟ ରାଜ୍ୟର ସବୁଠୁ ବଡ଼ ତଥା ଗୁରୁତ୍ବପୂର୍ଣ୍ଣ ବିମାନବନ୍ଦର ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।