Odia News Portal

ଲଞ୍ଚ ହେଲା ତିନୋଟି ନୂଆ ଏବଂ ଶସ୍ତା ପ୍ରି-ପେଡ୍‌ ପ୍ଲାନ, କଣ ଅଛି ଆସନ୍ତୁ ଜାଣିବା

ଜିଓ ମୁକାବିଲାରେ ଏୟାରଟେଲ ପୂର୍ବରୁ ହିଁ ନିଜର ସମସ୍ତ ପ୍ଲାନରେ ଅନଲିମିଟେଡ୍‌ କଲିଂର ସୁବିଧା ଦେଇଛି କିନ୍ତୁ ଏୟାରଟେଲ ଗ୍ରାହକଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ଏବେ ବହୁତ ବଡ ଖେଳ ଖେଳିଛି। ଯାହାକୁ ଜାଣିଲା ପରେ ଆପଣ ଖୁସିରେ ଝୁମି ଉଠିବେ। ଏୟାରଟେଲ ତିନୋଟି ନୂଆ ଏବଂ ଶସ୍ତା ପ୍ରି-ପେଡ୍‌ ପ୍ଲାନକୁ ଲଞ୍ଚ କରିଛି। ଯେଉଁଥିରେ ଗ୍ରାହକଙ୍କୁ ଇନସୁରାନ୍ସ ସହିତ ମାଗଣା କଲିଂ ଏବଂ ଡାଟାର ଫାଇଦା ମିଳିବ। ତେବେ ଆସନ୍ତୁ ଜାଣିବା।

ଏୟାରଟେଲ ତିନୋଟି ନୂଆ ପ୍ରି-ପେଡ ପ୍ଲାନକୁ ଲଞ୍ଚ କରିଛି ଯେଉଁଥିରେ ୧୭୯ ଟଙ୍କା, ୨୭୯ ଟଙ୍କା ଏବଂ ୩୪୯ ଟଙ୍କାର ପ୍ଲାନ ସାମିଲ ରହିଛି। ଏଥିମଧ୍ୟରୁ ପୂର୍ବରୁ ହିଁ ଦୁଇଟି ପ୍ଲାନ ଚାରି ଲକ୍ଷ ଟଙ୍କାର ଲାଇଫ୍‌ ଇନସୁରାନ୍ସ ସହିତ ଆସୁଛି। ସେହିପରି ତୃତୀୟ ପ୍ଲାନରେ ଆମାଜନ ପ୍ରାଇମ୍‌ ଭିଡିଓର ମେମ୍ବରସିପ୍‌ ମିଳୁଛି।

ସର୍ବପ୍ରଥମେ ୧୭୯ ଟଙ୍କା ବିଷୟରେ କହିବା ତ ଏୟାରଟେଲ ଏହି ପ୍ଲାନକୁ ୨୮ ଦିନର ବୈଧତା ସହିତ ମୋଟ ୨ ଜିବି ଡାଟା ମିଳିବ। ଏହାଛଡା ଏହି ପ୍ଲାନରେ ସମସ୍ତ ନେଟଓ୍ଵାର୍କକୁ ଅନଲିମିଟେଡ୍‌ କଲିଙ୍ଗ୍‌ ମିଳିବ। ଏହି ପ୍ଲାନରେ ୩୦୦ ମେସେଜ୍‌ ଏବଂ ଦୁଇ ଲକ୍ଷ ଟଙ୍କାର ଜୀବନ ବୀମା ମଧ୍ୟ ମିଳିବ।

୨୭୯ ଟଙ୍କା ପ୍ଲାନର ଖାସିୟତ ଏୟା ଯେ ଏହି ପ୍ଲାନ ୨୮ ଦିନର ବୈଧତା ସହିତ ପ୍ରିତିଦିନ ୧.୫ ଜିବି ଡାଟା ମିଳିବ। ଏହାଛଡା ସମସ୍ତ ନେଟଓ୍ଵାର୍କକୁ ଅନଲିମିଟେଡ୍‌ କଲିଂ, ପ୍ରତିଦିନ ୧୦୦ ମେସେଜ୍‌ ଏବଂ ଚାରି ଲକ୍ଷ ଟଙ୍କାର ଲାଇଫ୍‌ ଇନସୁରାନ୍ସ ମିଳିବ।

ଏୟାରଟେଲର ୩୪୯ ଟଙ୍କା ପ୍ଲାନରେ ୨୮ ଦିନର ବୈଧତା ରହିବା ସହିତ ପ୍ରତିଦିନ ୨ ଜିବି ଡାଟା ଏବଂ ସମସ୍ତ ନେଟଓ୍ଵାର୍କକୁ ଅନଲିମିଟେଡ୍‌ କଲିଙ୍ଗ୍‌ ମିଳୁଛି। ଏହି ପ୍ଲାନରେ ଆମାଜନ ପ୍ରାଇମ ଭିଡିଓର ସବସ୍କ୍ରିପସନ ମିଳୁଛି। ଏହାସହିତ ପ୍ରତିଦିନ ୧୦୦ ମେସେଜ ମଧ୍ୟ ପଠାଇପାରିବେ।