Odia News Portal

ଆମ୍ପେରେ ଇଲେକ୍‌ଟ୍ରିକ୍ ପକ୍ଷରୁ ସ୍ୱତନ୍ତ୍ର ଗ୍ରାହକ ଯୋଜନା ସହ କଲ୍ କୋ ବଚାଓ ଅଭିଯାନର ଘୋଷଣା

ଭୁବନେଶ୍ୱର : ଗ୍ରିଏଭେସ୍ କଟନ୍‌ର ଇଲେକ୍‌ଟ୍ରିକ୍ ମୋବିଲିଟି ସହାୟକ କମ୍ପାନୀ ଆମ୍ପେରେ ଇଲେକ୍‌ଟ୍ରିକ୍ ଭେଇକିଲ ପକ୍ଷରୁ ଏକ ମଜଭୁତ ଭବିଷ୍ୟତ ଗଠନ ଉଶ୍ୟେରେ ଏକ ପରିବେଶ ଅନୁକୂଳିତ ଅଭିଯାନ କଲ୍ କୋ ବଚାଓ ଘୋଷଣା କରାଯାଇଛି ଯାହାକି ଆଜିର ୩ଟି ଗୁରୁତ୍ୱପୂ ସ୍ତମ୍ଭ- ଉନ୍ନତ ସ୍ୱାସ୍ଥ୍ୟ, ଅଧିକ ସଂଚୟ ଓ ଉନ୍ନତ ପରିବେଶ ଉପରେ ପରିଚାଳିତ । ଏହି ସମାଜ ମଙ୍ଗଳକାରୀ ଅଭିଯାନରେ ଗ୍ରାହକଙ୍କୁ ସହଯୋଗ କରିବା ଏବଂ ଆମ୍ପେରେ ଇଲେକ୍‌ଟ୍ରିକ୍ ସ୍କୁଟର୍ କିଣିବାକୁ ଚାହୁଁଥିବା କରୋନା ଯୋଦ୍ଧାମାନଙ୍କ ମୌଳିକ ଗତିଶୀଳତା ଆବଶ୍ୟକତାକୁ ପୂରଣ କରିବା ଲାଗି ସ୍ୱତନ୍ତ୍ର ଗ୍ରାହକ ପ୍ୟାକେଜ୍‌କୁ ସାମିଲ କରାଯାଇଛି । କମ୍ପାନୀ ପକ୍ଷରୁ ୯୯୯ ଟଙ୍କାର ସର୍ବନିମ୍ନ ଡାଉନ୍ ପେମେଂଟ୍ ସହ ଅନ୍‌ଲାଇନ୍ ମାଧ୍ୟମରେ ପ୍ରି-ବୁକ୍‌କୁ ସକ୍ଷମ କରିଛି । ଏଥିସହିତ କମ୍ପାନୀର ଡିଲର୍‌ସିପ୍ ଷ୍ଟୋରଗୁଡିକରେ ସହଜ ଇଏମ୍‌ଆଇ ଉପଲବ୍ଧ ହେଉଛି । ଗ୍ରାହକମାନେ ଲକ୍‌ଡାଉନ୍ ଶେଷ ହେବା ପରେ ନିଜ ଯାନର ଡେଲିଭରି ପାଇପାରିବେ ।

ଏକ ଦାୟିତ୍ୱସର୍ମ୍ପ ବ୍ରା ଭାବେ ଦେଶରେ ଶେଷ ମାଇଲ ଗତିଶୀଳତାକୁ ସ୍ୱଚ୍ଛ ରଖିବାର କାରଣକୁ ଆଗକୁ ବଢାଇ ଆମ୍ପେରେ ଏହାର ନୂତନ ଅଭିଯାନ ମାଧ୍ୟମରେ ଦୀର୍ଘାବଧିରେ ସୁଲଭ ଓ ସ୍ଥାୟିତ୍ୱ ବିଶିଷ୍ଟ ସ୍ମାର୍ଟ ଉତ୍ପାଦ କିଣିବାକୁ ଚାହୁଁଥିବା ସ୍ୱାସ୍ଥ୍ୟ ପ୍ରତି ସଚେତନ ନାଗରିକଙ୍କଙ୍କୁ ସମ୍ବୋଧିତ କରିଛି । କୋଭିଡ୍ ମହାମାରୀ ସହ ସ୍ୱାସ୍ଥ୍ୟ ଓ ସମ୍ପଦର ସୁରକ୍ଷା ଏବେ ଅତ୍ୟନ୍ତ ଗୁରୁତ୍ୱପର୍ପୂ ହୋଇଛି ଏବଂ ଆମ୍ପେରେ ଇଲେକ୍‌ଟ୍ରିକ୍ ସ୍କୁଟର୍‌ଗୁଡିକ ସ୍ୱତନ୍ତ୍ର ମୂଲ୍ୟ ପ୍ରସ୍ତାବ ସହ ସମସ୍ତ ପରିବେଶ ପାଇଁ ଚିନ୍ତିତ ବି୨ସି ଓ ବି୨ବି ଗ୍ରାହକ ଗୋଷ୍ଠୀକୁ ସମର୍ଥନ କରିବାକୁ ପ୍ରସ୍ତୁତ ।

ହାଇସ୍ପିଡ୍ ଭାରିଆଂଟ୍ ଯେପରିକି ଜିଲ୍ ହେଉଛି ପାରମ୍ପରିକ ପେଟ୍ରୋଲ ସ୍କୁଟରଗୁଡିକ ପାଇଁ ଏକ ଭଲ ବିକଳ୍ପ, କାରଣ ଏହା ଉନ୍ନତ ଟର୍କ, ସ୍ପିଡ୍‌, ଆରାମ ଓ ପ୍ରଦର୍ଶନ ପ୍ରଦାନ କରିଥାଏ । ଏହାକୁ ଉଭୟ ହାଲୁକା ଓ ଭାରି ଓଜନର ଚାଳକମାନେ ପସନ୍ଦ କରିଛନ୍ତି । ରାଇଡ୍ ସେୟାର ଭଳି ହେଭି ଡ୍ୟୁଟି ଆପ୍ଲିକେସନ ଓ ବିଗ୍ ବାସ୍କେଟ୍ ଭଳି ଇ-କମର୍ସ ହୋମ୍ ଡେଲିଭରି ଆପ୍ଲିକେସନ ଗୁଡିକ ପାଇଁ ଲୋକପ୍ରିୟ ପସନ୍ଦ ହୋଇ ରହିବା ପଛରେ ଜିଲ୍‌ର ନିର୍ମାଣ ମାନ ଓ ନିର୍ଭରଯୋଗ୍ୟତା ହେଉଛି ମୁଖ୍ୟ କାରଣ । ଏହାର ଲୋୟର ସ୍ପିଡ୍ ଭାରିଆଂଟ୍ ଗୁଡିକ ସ୍କୁଲ୍ ଓ କଲେଜ୍ ଯାଉଥିବା ଛାତ୍ରଛାତ୍ରୀ, ଗୃହିଣୀ, ବରିଷ୍ଠ ନାଗରିକଙ୍କ ପାଇଁ ଉପଯୁକ୍ତ ଅଟେ, ଯେଉଁମାନେ କି ବିନା ଲାଇସେନ୍ସରେ ଏହି ସ୍କୁଟର୍ ଗୁଡିକୁ ଚଲାଇପାରିବେ ଏବଂ ଏହି ଭାରିଆଂଟ୍ ଗୁଡିକରେ ଉନ୍ନତ ଟର୍କ, ଆରାମ୍ ଓ ପ୍ରଦର୍ଶନ ରହିଛି ।

ଗ୍ରାହକମାନେ ଏବେ ନିଜ ବଜେଟ୍‌କୁ ନେଇ ଅଧିକ ଚିନ୍ତିତ ନହୋଇ ଏକ ଇଲେକ୍‌ଟ୍ରିକ୍ ସ୍କୁଟର କିଣିବା ପାଇଁ ସ୍ୱତନ୍ତ୍ର ଅଫର୍ ପାଇପାରିବେ । ଏକ ଇଲେକ୍‌ଟ୍ରିକ୍ ସ୍କୁଟର୍‌ରେ ଥିବା ଜିରୋ ଏମିସନ୍ ବା ଶୂନ ନିର୍ଗମନର ଅତିରିକ୍ତ ଲାଭ ବାୟୁ ଗୁଣବତାକୁ ଉନ୍ନତ କରିବା, ଶ୍ୱାସକ୍ରିୟାଜନିତ ରୋଗଗୁଡିକୁ ହ୍ରାସ କରିବା ଓ କୋଭିଡ୍ ମହାମାରୀ ସହ ଲଢୁଥିବା ଆମ ରାଷ୍ଟ୍ର ପାଇଁ ଅତ୍ୟଧିକ ସ୍ୱାସ୍ଥ୍ୟସେବା ଖର୍ଚ୍ଚକୁ କମ୍ କରିବାରେ ସହଯୋଗ କରିଥାଏ । ବ୍ୟକ୍ତିଗତ ଇଲେକ୍‌ଟ୍ରିକ୍ ସ୍କୁଟର୍‌ଗୁଡିକର ଅଧିକ ବ୍ୟବହାର ପେଟ୍ରୋଲ ଷ୍ଟେସନଗୁଡିକରେ ଧାଡି ହୋଇ ଛିଡା ହେବାର ଆବଶ୍ୟକତା ବିନା ସାମାଜିକ ଦୂରତାକୁ ପ୍ରେ।।ହିତ କରିଥାଏ ।