Odia News Portal

ପେନସନ୍‌ ଖାତା ଖୋଲିବା ହେଲା ବିଲକୁଲ୍‌ ସହଜ

ଯଦି ଆପଣ ମଧ୍ୟ ରିଟାୟରମେଣ୍ଟ ପରେ ନିଜର ପେନସନକୁ ନେଇ ଚିନ୍ତାରେ ଅଛନ୍ତି ତାହେଲେ ଏହି ଖବର ଆପଣଙ୍କ ପାଇଁ ନିହାତି ଭାବରେ ଖୁସି ଖବର। ପେନସନ୍‌ ଖାତା ଖୋଲିବା ପାଇଁ ବହୁତ ପ୍ରକାର କାଗଜପତ୍ର ଏବଂ ପ୍ରୋସେସ୍‌ ଏବେ ପୁରୁଣା ଜମାନାର ହୋଇଗଲାଣି। କାହିଁକିନା ଏବେ ଆପଣ ମାତ୍ର ଗୋଟିଏ ଡକ୍ୟୁମେଣ୍ଟ ସାହାଯ୍ୟରେ ପେନସନ୍‌ ଖାତା ଖୋଲିପାରିବେ। ଆମେ ଆଜି ଆପଣଙ୍କୁ ଦେଉଛୁ ଏହାର ସମ୍ପୂର୍ଣ୍ଣ ବିବରଣୀ।

କେବଳ ଆଧାର କାର୍ଡରେ ହିଁ ହୋଇଯିବ କାମ

ପେନସନ୍‌ କୋଷ ନିୟାମକ (PFRDA) ଏନପିଏସରେ ଖାତା ଖୋଲିବା ପ୍ରୋସେସକୁ ବହୁତ ସହଜ ବନାଇଦେଇଛୁ। ଏବେ କେବଳ ଅଫଲାଇନ ଆଧାର କାର୍ଡ ସହିତ ଖାତା ଖୋଲିପାରିବେ। ସୂଚନା ମୁତାବକ ଆଧାରର ଫଟୋକପି ଦେବାର ମଧ୍ୟ ଆବଶ୍ୟକ ନାହିଁ। ପେନସନ୍‌ କୋଶ ନିୟାମକ ଏବଂ ବିକାଶ ପ୍ରାଧିକରଣ (PFRDA) ପୂର୍ବରୁ ହିଁ E-NPSକୁ ସମ୍ଭାବିତ ଅଂଶଧାରକଙ୍କୁ ସହମତି ସହିତ ଅଫଲାଇନ ଆଧାର ଜରିଆରେ ଏନପିସି ଖାତା ଖୋଲିବା ପାଇଁ ଅନୁମତି ଦେଇସାରିଛି।

ବଦଳି ଯାଇଛି ଏହି ତରିକା

ଅଫଲାଇନ Aadhaar ସହିତ verificationରେ ଆଧାରର ଫଟୋକପି ଦେବାକୁ ପଡିନଥାଏ। ଆବେଦନ କରିଥିବା ଲୋକଙ୍କୁ UIDAI (ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧୀକରଣ) ପୋର୍ଟାଲକୁ ଯାଇ E-NPS ଜରିଆରେ ପାସଓ୍ଵାର୍ଡ ସୁରକ୍ଷିତ aadhaar ଏକ୍ସଏମଏଲ ଫାଇଲ ଡାଉନଲୋଡ୍‌ କରିବାକୁ ହୋଇଥାଏ। KYC ପାଇଁ ଏହାକୁ ଆପଣ ଦେଇପାରିବେ।