Odia News Portal

ଏହି ସ୍ମାର୍ଟଫୋନ ଗୁଡିକରେ ମିଳିବ ୩୦୦୦ ଟଙ୍କା ପର୍ଯ୍ୟନ୍ତର ରିହାତି

ରିଆଲମି ଭାରତୀୟ ବଜାରରେ realme Days ସେଲ ଆରମ୍ଭ କରି ଦେଇଛି । ଏହି ସେଲ ଆସନ୍ତା ଅଗଷ୍ଟ ୬ ରୁ ୧୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ଜଣାଯାଇଛି । ଏହି ସେଲ ଜରିଆରେ ରିଆଲମି ସ୍ମାର୍ଟଫୋନରେ ଗ୍ରାହକ ମାନଙ୍କୁ ଧମାକାଦାର ରିହାତି ମିଳିପାରିବ ।ରିଆଲମି ସେଲ ବାବଦରେ କମ୍ପାନୀ ନିଜ ୱେବ ସାଇଟ, ଅମାଜନ ଓ ଫ୍ଲିପକାର୍ଟ ପରି ସାଇଟ ଗୁଡ଼ିକରୁ ଉଠା ଯାଇପାରିବ । କହିରଖିବା ଉଚିତ ହେବକି ବର୍ତ୍ତମାନ ସମୟରେ ଫ୍ଲିପକାର୍ଟ ବିଗ ସେଭିଙ୍ଗ ଡେ ସେଲ ଓ ଅମ୍ମାଜନରେ ପ୍ରାଇମ ଡେ ସେଲ ଜାରି ରଖିଛନ୍ତି । ରିଆଲମି ଡେଜ ସେଲରେ Realme X 2 Pro (8 +128) କୁ ରିହାତି ବାଦ ୨୮,୯୯୯ ଟଙ୍କାରେ କିଣାଯାଇପାରିବ ।

ଯେବେକି Realme X 2 Pro (12 + 256) କୁ ୩୨,୯୯୯ ଟଙ୍କାରେ କିଣାଯାଇପାରିବ । ଏହାବାଦ କମ୍ପାନୀ ନିଜ ସ୍ମାର୍ଟ ବ୍ୟାଣ୍ଡ ଉପରେ ବି ୨୦୦ ଟଙ୍କା ପର୍ଯ୍ୟନ୍ତର ଛାଡ ଦେଉଛି । ଫଳରେ ୧୨୯୯ ଟଙ୍କାରେ କିଣା ଯାଇପାରିବ । ଯେବେକି ରିଆଲମି ବଡ଼ସ ଏୟାର ନିୟୋ ଉପରେ ୫୦୦ ଟଙ୍କା ପର୍ଯ୍ୟନ୍ତର ଛାଡ ମିଳିପାରିବ । ଏହି ବଡ଼ସର ବ୍ୟାଟେରୀ ୧୭ ଘଣ୍ଟା ପର୍ଯ୍ୟନ୍ତ ଵ୍ୟାକଅପ ଦେବା ନେଇ ପ୍ରତିଶ୍ରୁତି ଦିଆଯାଇଛି ।