Odia News Portal

ମାର୍କେଟକୁ ଆସିଲା ନୂଆ ମାସ୍କ : ଭାଇରସ ସ୍ପର୍ଶ ହେବାମାତ୍ରେ ହୋଇଯିବ ନଷ୍ଟ

ନୂଆଦିଲ୍ଲୀ : କୋଭିଡ୍ ୧୯ ମହାମାରୀ ସମୟରେ ଫେସମାସ୍କର ଗୁରୁତ୍ୱ ବଢିଯାଇଛି । ବର୍ତ୍ତମାନ ସମୟରେ ମାସ୍କର ମହତ୍ତ୍ୱ କେବଳ ସୁରକ୍ଷା ନୁହେଁ ବରଂ ଉତ୍ତମ ସ୍ୱାସ୍ଥ୍ୟ ସୁନିଶ୍ଚିତ କରିବା ପାଇଁ ମଧ୍ୟ ଜରୁରୀ ଆକ୍ସେସରିଜ୍ ପାଲଟିଯାଇଛି । ଏହାକୁ ନଜରରେ ରଖି ୟୁନିମାସ୍କ ଆଣ୍ଟି ଭାଇରାଲ ଟ୍ରିଟେଡ୍ ମାସ୍କ ମାର୍କେଟକୁ ଆଣିଛି । କମ୍ପାନୀ କହିଛି କି ଏହି ମାସ୍କ ସମ୍ପର୍କରେ ଆସିବା ମାତ୍ରେ ଭାଇରସ ତୁରନ୍ତ ନଷ୍ଟ ହୋଇଯିବ ।

ମାସ୍କର ଦାମ୍
କମ୍ପାନୀ ଅନୁସାରେ ଏହି ଫେସ୍ ମାସ୍କ ବହୁତ ଶସ୍ତା ଦାମରେ ଗ୍ରାହକଙ୍କୁ ଯୋଗାଇ ଦିଆଯିବ । ଯାହା ଫଳରେ ପ୍ରତି ବର୍ଗର ଲୋକ ଏହାକୁ ବ୍ୟବହାର କରିପାରିବେ । ଏହି ମାସ୍କର ଦାମ୍ ୪୯୫ ଟଙ୍କା ରଖାଯାଇଛି । ମାର୍କେଟରେ ଏହି ମାସ୍କ ୩ ରଙ୍ଗ ଧଳା, ୱାଇନ୍ ରେଡ୍ ଓ ବ୍ଲୁ ରଙ୍ଗରେ ଉପଲବ୍ଧ ହେବ । ଏହି ମାସ୍କ ଅନଲାଇନ୍ ମାର୍କେଟପ୍ଲେସ ଓ (www.unimask.in)ରେ ଉପଲବ୍ଧ ।

ଲଙ୍ଗ ଲାଷ୍ଟିଂ ଓ ପରିବେଶ ଅନୁକୂଳ
କମ୍ପାନୀ କହିଛି କି ୧୦୦ ପ୍ରତିଶତ କଟନରେ ପ୍ରସ୍ତୁତ ଏହି ମାସ୍କ କେବଳ ସ୍କ୍ରିନ୍ ଫ୍ରେଣ୍ଡଲୀ ନୁହେଁ ବରଂ, ଲଙ୍ଗ୍ ଲାଷ୍ଟିଂ ଓ ପରିବେଶ ଉପଯୋଗୀ ମାସ୍କ । ମାସ୍କର ଫେବ୍ରିକରେ ଆଣ୍ଟି-ଭାଇରଲ ଟ୍ରିଟମେଣ୍ଟ ସହିତ ୧୦୦ ପ୍ରତିଶତ ହାଇ କ୍ୱାଲିଟିର କଟନ ଫେବ୍ରିକ ବ୍ୟବହାର କରି ପ୍ରସ୍ତୁତ କରାଯାଇଛି । ଏହି ମାସ୍କ ଷ୍ଟାଇଲିଶ୍ ସହିତ ଆରାମଦାୟ ଓ ସୁରକ୍ଷା ଉପଯୁକ୍ତ କମ୍ପିନେଶନ । କମ୍ପାନୀ ଏହା ମଧ୍ୟ କହିଛି କି ଏହା ସବୁ ପ୍ରକାର ସ୍କିନ୍ ପାଇଁ ଫିଟ୍ ହେବ । ୟୁନିମାସ୍କର ସିଇଓ କପିଲ ଭାଟିଆ କହିଛନ୍ତି କି ଏହି ମାସ୍କ ମଜଭୁତ କଟନ ଫେବ୍ରିକରେ ପ୍ରସ୍ତୁତ କରାଯାଇଛି ଏବଂ ଏଥିରେ କୌଣସି କ୍ଷତି କରିବା ଭଳି କମ୍ପୋନେଟ୍‌ ସାମିଲ ନାହିଁ ।