Odia News Portal

ଖୁବ ଶୀଘ୍ର ବଜାରକୁ ଆସିବାକୁ ଯାଉଛି Royal Enfield Meteor 350

ବିଶ୍ୱର ଅନ୍ୟତମ ଅଗ୍ରଣୀ ବାଇକ କମ୍ପାନୀ “ରୟାଲ ଏନଫିଲ୍ଡ” ଖୁବ ଶୀଘ୍ର ନିଜର ଏକ ନୂଆ ମଡେଲ ଲଞ୍ଚ କରିବାକୁ ଯାଉଛି | ଆସନ୍ତା ମାସ ହିଁ କମ୍ପାନୀ ନିଜ UCE 350 ଲାଇନ ଅପକୁ ଲଞ୍ଚ କରିବା ନେଇ ଲକ୍ଷ ରଖିଥିବା ନେଇ ଜଣାଯାଇଛି | ଯାହାର ନାଁ ରଖାଯାଇଛି Royal Enfield Meteor 350 । କହିରଖିବା ଉଚିତ ହେଵକି ରୟାଲ ଇନଫିଲ୍ଡର ଏହି ବାଇକକୁ ନେଇ ଗଲା କିଛି ଦିନ ହେବ ଚର୍ଚ୍ଚା ହୋଇ ଆସୁଛି । ଆସନ୍ତୁ ଏହି ବାଇକକୁ ନେଇ ଲିକ ହୋଇଥିବା କିଛି ତଥ୍ୟ ଉପରେ ଆସନ୍ତୁ ନଜର ପକାଇବା ।କମ୍ପାନୀ ତରଫରୁ ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ, Royal Enfield Meteor 350 ବାଇକ ସମ୍ପୂର୍ଣ୍ଣ ରୂପେ ଏକ ନୂଆ ପ୍ଲାଟ୍ଫର୍ମ ଉପରେ ବେସ୍ଡ ହେବ ।

ଯେଉଁଥିରେ ଏକ ନୂଆ ଏୟାର-କୁଲଡ଼ ଇଂଜିନର ବ୍ୟବସ୍ଥା ରହିଛି । ଲିକ ହୋଇଥିବା ରିପୋର୍ଟ ଅନୁଯାୟୀ, ରୟାଲ ଏନଫିଲ୍ଡ Meteor 350 ଫାୟାରବଲ ୟେଲୋ, ଫାୟାରବାଲା ରେଡ଼, ଷ୍ଟେଲର ରେଡ଼ ମେଟାଲିକ, ଷ୍ଟେଲ୍ର ବ୍ଲକ ମେଟ, ଷ୍ଟେଲ୍ର ବ୍ଲୁ ମେଟାଲିକ, ସୁପର ନୋବା ଇନ ୩ ଭେରିୟାଣ୍ଟ ମାନଙ୍କରେ ଉପଲବ୍ଧ ହେବ । ଆଉ ମଧ୍ୟ ଏହି ମଡେଲର ବାଇକ ଫାୟରବଲ ୟେଲୋ, ଫୟରବଲ ରେଡ, ଷ୍ଟେଲର ବ୍ଲୁ ମେଟାଲିକ, ଷ୍ଟେଲର ରେଡ ମେଟାଲିକ, ଷ୍ଟେଲର ବ୍ଲକ ମେଟ, ସୁପର ନୋଭା ବ୍ରାଉନ-ଟୋନ, ସୁପର ନୋଭା ବ୍ଲୁ ଡୁଆଲ ଟୋନ ପରି ୭ ଟି ନୂଆ ରଙ୍ଗ ମାନଙ୍କରେ ବଜାରରେ ଉପଲବ୍ଧ ହେବ ।

ଆଉ ମଧ୍ୟ ବାଇକର ପ୍ରତ୍ଵକ ଭେରିୟାଣ୍ଟରେ କିଛି ନା କିଛି ୟୁନିକ ଫିଚର ଦିଆଯାଇଛି । Fireball ବାଇକ ଏହାର ଏଣ୍ଟ୍ରି ଲେବଲ ହୋଇଥିବା ବେଳେ ସୁପର ନୋଭା ଟପ ଭେରିୟାଣ୍ଟ ହେବ । ସୁପର ନୋଭା ଭେରିୟାଣ୍ଟ ପ୍ରିମିୟମ ଡୁଆଲ ଟୋନ ପେଣ୍ଟ, ପ୍ରିମିୟମ ସିଟ ଫିନିଶ, ବ୍ବିନ୍ଦର ସ୍କ୍ରିନ ସମେତ କ୍ରୋମ ଇଣ୍ଡିକେଟର୍ସ ପରି ଫିଚର ମାନଙ୍କ ସହ ଉପଲବ୍ଧ ହେବ । ସବୁଠୁ ଖାସ କଥା ହେଉଛି, ଏହି ବାଇକ ନୂଆ UCE 350 ଇଂଜିନ ସହ ବଜାରରେ ଉପଲବ୍ଧ ହେବ । ଯାହାକି ବାଇକର ପରଫର୍ମାନସକୁ ଦମଦାର କରି ପାରିବ । ଏହାବାଦ ରୟାଲ ଇନଫିଲ୍ଡ METEOR 350 ବାଇକରେ ୫ ସ୍ପୀଡ ଟ୍ରାନ୍ସମିଶନ ପରି ଅତ୍ୟାଧୁନିକ ସୁବିଧା ବି ମିଳିପାରିବ ।