Odia News Portal

ଲଞ୍ଚ୍ ହେଲା Redmi 9

ନୂଆଦିଲ୍ଲୀ : ସାଓମି ଭାରତରେ ନିଜ ନୂଆ ଶସ୍ତା ଫୋନ୍ Redmi 9 ଲଞ୍ଚ୍ କରିଦେଇଛି । ଖାସ୍ କଥା ହେଉଛି କି ଏହି ଶସ୍ତା ଫୋନର 5000mAh ବ୍ୟାଟେରୀ ରହିଛି । ଏହା ସତ୍ତ୍ୱେ କମ୍ପାନୀ ଏହାର ଦାମ୍ ବହୁତ କମ୍ ରଖିଛି । ସାଓମି ରେଡମି ୯କୁ ୮୯୯୯ ଟଙ୍କାର ପ୍ରାରମ୍ବିକ ଦାମରେ ଲଞ୍ଚ୍ କରିଛି । ଫୋନର ପ୍ରଥମ ସେଲ୍ ୩୧ ଅଗଷ୍ଟ ଦ୍ୱିପ୍ରହର ୧୨ଟାରୁ ଆରମ୍ଭ ହେବ । ଏହି ଫୋନର ୪ ଜିବି ରାମ ଓ ୬୪ ଜିବି ଷ୍ଟୋରେଜ ଭେରିଏଣ୍ଟର ଦାମ୍ ୮୯୯୯ ଟଙ୍କା ଓ ୪ ଜିବି + ୧୨୮ ଜିବି ଷ୍ଟୋରେଜ୍ ଭେରିଏଣ୍ଟର ଦାମ୍ ୯୯୯୯ ଟଙ୍କା ରହିଛି ।

ଫୋନରେ ୬.୫୩ ଇଞ୍ଚର ଏଚଡି + ଆଇପିଏସ ଡିସପ୍ଲେ ଦିଆଯାଇଛି । କୁହାଯାଉଛି ଏହା ଇମେରସିଭ୍ ସ୍କ୍ରିନ୍ ସହିତ ଆସୁଛି ଯାହା ଦମଦାର୍ ଏଣ୍ଟରଟେଣ୍ଟମେଣ୍ଟ ଏକ୍ସପ୍ରିୟନ୍ସ ଦେବ । ଫୋନରେ ହାଇ ପରଫମାନ୍ସର Helio G35 ଅକ୍ଟାକୋର୍ ପ୍ରୋସେସର(2.3Ghz) ମିଳିବ । ଫୋନ ଅରୋରା ଏଜ୍ ଡିଜାଇନ୍ ସହିତ ମାର୍କେଟକୁ ଆସିଛି । ଗ୍ରାହକ ଏହି ଫୋନକୁ ୩ କଲର ଭେରିଏଣ୍ଟ Sporty Orange, Carbon Black ଓ Sky Blueରେ କିଣିପାରିବେ ।

କ୍ୟାମେରା କଥା କହିବା ତ ରେଡମି ୯ରେ ଡୁଆଲ୍ ରିୟର ଏଆଇ କ୍ୟାମେରା ଦିଆଯାଇଛି । ଏଥିରେ ୧୩ ମେଗାପିକ୍ସେଲର ପ୍ରାଇମେରୀ କ୍ୟାମେରା, ୨ ମେଗାପିକ୍ସେଲର ଡେପ୍ଥ ସେନ୍ସର ଦିଆଯାଇଛି । ସେଲ୍ଫି ପାଇଁ ୫ ମେଗାପିକ୍ସେଲର ଏଆଇ କ୍ୟାମେରା ଦିଆଯାଇଛି । ଫୋନରେ ଫେସ୍ ଅନଲକ୍ ଫିଚର୍ସ ମଧ୍ୟ ଦିଆଯାଇଛି । ଫୋନରେ ୫ହଜାର ଏମଏଏଚ୍ ବ୍ୟାଟେରୀ ଦିଆଯାଇଛି ଯାହା ୩୦ ଘଣ୍ଟାର ଭିଡିଓ ପ୍ଲେବ୍ୟାକ୍ ଦେବ ବୋଲି କମ୍ପାନୀ କହିଛି ।