Odia News Portal

ମଧ୍ୟମ, କ୍ଷୁଦ୍ର ଓ ଅଣୁ ଶିଳ୍ପ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ପ୍ୟାକେଜ ଘୋଷଣା

ରାଜ୍ୟରେ ମହାମାରୀ ପରିସ୍ଥିତିର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏମ୍ଏସ୍ଏମ୍ଇର ସୁବିଧା ପାଇଁ ୨୮୯ କୋଟି ୪୧ ଲକ୍ଷ ଟଙ୍କାର ପ୍ୟାକେଜ ଅନୁମୋଦନ କରିଛନ୍ତି। ମଧ୍ୟମ, କ୍ଷୁଦ୍ର ଓ ଅଣୁ ଶିଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ଏହି ପ୍ୟାକେଜ ଘୋଷଣା କରିଛନ୍ତି।

ପ୍ୟାକେଜରେ ଅନେକଗୁଡ଼ିଏ ସହାୟତା ପଦକ୍ଷେପ ଅନ୍ତର୍ଭୁକ୍ତ କରାଯାଇଛି ଯେପରିକି ପ୍ୟାକେଜ ଭିତରେ ସୁଧ ରିହାତି, ଟପ୍ଅପ୍ ସବସିଡି ଆଦି ଅନ୍ତର୍ଭୁକ୍ତ ରହିଛି। ଏହି ପ୍ୟାକେଜରେ ମୁଖ୍ୟତଃ ମହିଳା ଏବଂ ଦୁର୍ବଳ ଶ୍ରେଣୀର ଶିଳ୍ପୋଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ ବ୍ୟବସ୍ଥା କରାଯାଇଛି। ମହିଳାମାନଙ୍କ ଦ୍ୱାରା ଚାଲୁଥିବା ୪୦% ଏମ୍ଏସ୍ଏମ୍ଇ(MSME) ପାଇଁ ୧୦୮ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି। ଏହି ବ୍ୟବସ୍ଥା ଅନୁଯାୟୀ, ଜରୁରୀକାଳୀନ କ୍ରେଡିଟ୍ ଲାଇନ୍ ଗ୍ୟାରେଣ୍ଟି ସ୍କିମ୍ ଅନ୍ତର୍ଗତ ସରକାର ଏମ୍ଏସ୍ଏମ୍ଇଗୁଡିକ ପାଇଁ  ସୁଧ ପ୍ରଦାନ କରିବେ।