Odia News Portal

ଏଣିକି ନଡା ଜାଳିବା ଅପରାଧ ନୁହେଁ

ଏବେ ନଡ଼ା ଜାଳିବା ଆଉ ଅପରାଧ ନୁହେଁ। ଏହାକୁ ଅପରାଧ ଶ୍ରେଣୀରୁ ହଟାଇ ଦିଆଯାଇଛି। କୃଷକଙ୍କ ଗୋଟିଏ ପରେ ଗୋଟିଏ ଦାବି ମାନୁଛନ୍ତି ସରକାର । କୃଷି ଆଇନ୍ ପ୍ରତ୍ୟାହାର ପରେ କୃଷକଙ୍କର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦାବି ମାନିଛନ୍ତି ଭାରତ ସରକାର । କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏସମ୍ପର୍କରେ ସୂଚନା ଦେଇଛନ୍ତି ।

କୃଷି ଆଇନ ପ୍ରତ୍ୟାହାର ଲାଗି ଚିଠା ବିଧେୟକ ସୋମବାର ଦିନ ସଂସଦରେ ଉପସ୍ଥାପନ କରାଯିବ। ନଭେମ୍ବର ୨୯ ସୋମବାରଠାରୁ ସଂସଦର ଶୀତ ଅଧିବେଶନ ଆରମ୍ଭ ହେଉଥିବାବେଳେ, ପ୍ରଥମ ଦିନରେ ହିଁ ବିଧେୟକ ଆଗତ କରାଯିବ ବୋଲି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି।