Odia News Portal

ଜେଏସପିଏଲ ଫାଉଣ୍ଡେସନ-ପ୍ରୋତ୍ସାହିତ ଉଷୁ ଖେଳାଳୀ ସାଇ ରେ କୋଚିଂ ପାଇଁ ମନୋନୀତ

ବଡବିଲ()  ଜେଏସପିଏଲ ଫାଉଣ୍ଡେସନ ଦ୍ଵାରା ପ୍ରୋତ୍ସାହିତ ହୋଇଥିବା ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲ୍ଲାର ବଡ଼ବିଲ ଅଂଚଳର ତିନି ଜଣ ଯୁବ ଉଷୁ ଖେଳାଳି ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ (ସାଇ) ଦ୍ୱାରା ପରିଚାଳିତ କେନ୍ଦ୍ର ରେ ପ୍ରଶିକ୍ଷଣ ନେବା ପାଇଁ ମନୋନୀତ ହୋଇଛନ୍ତି I ଶ୍ରୀ କ୍ରିଷ୍ଣା ଖଣ୍ଡାୟତ, ମଧ୍ୟପ୍ରଦେଶ ର ଭୋପାଳ ରେ ଥିବା ନ୍ୟାସନାଲ ସେଣ୍ଟର ଅଫ ଏକସିଲେନ୍ସ ରେ ଆସନ୍ତା ମାସ ଯୋଗ ଦେବେ ଏବଂ ଶ୍ରୀ ବବୁଲୁ ମୁଣ୍ଡା ଏବଂ ଶ୍ରୀ ପ୍ରେମ ମୁଣ୍ଡା ମଣିପୁର ର ଇମ୍ଫାଲ ରେ ପ୍ରଶିକ୍ଷଣ ନେବେ I

ସୂଚନାଯୋଗ୍ୟ ଯେ, ଜୁନିୟର ବର୍ଗରେ ଭୋପାଳ ଏବଂ ଇମ୍ଫାଲ ରେ ପ୍ରଶିକ୍ଷଣ ପାଇଁ ଜାତୀୟ ସ୍ତରରୁ ସମୁଦାୟ 57 ଜଣ ବଛା ଯାଇଥିବାବେଳେ, ଓଡିଶାରୁ କେବଳ ଏହି ତିନି ଜଣ ଯୋଗ୍ୟ ବିବେଚିତ ହୋଇଛନ୍ତି I

ଉଷୁ ଆସୋସିଏସନ ଅଫ ଇଣ୍ଡିଆ ଅନୁସାରେ, ଭାରତ ସରକାରଙ୍କ ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ ଏହି ଖେଳାଳି ମାନେ ପ୍ରଶିକ୍ଷିତ ହୋଇ ଭବିଷ୍ୟତରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ଏବଂ ଅନ୍ତର୍ଜାତୀୟ ପ୍ରତିଯୋଗିତା ଗୁଡିକରେ ଅଂଶ ଗ୍ରହଣ କରିବେ I
ଏହି ସଫଳତା ପାଇଁ ଜେଏସପିଏଲ ଫାଉଣ୍ଡେସନ ର ଅଧ୍ୟକ୍ଷ୍ୟା ଶ୍ରୀମତୀ ଶାଲୁ ଜିନ୍ଦଲ, ତିନି ଯୁବ ପ୍ରତିଭାଙ୍କୁ ଶୁଭେଚ୍ଛା ଜଣାଇ କହିଲେ, “ଏହା ପ୍ରକୃତପକ୍ଷେ ପ୍ରେରଣାଦାୟୀ ଯେ ଦିନକୁ ଦିନ ବଡ଼ବିଲ ଅଂଚଳରୁ ଅଧିକ ସଂଖ୍ୟକ ଖେଳାଳି ଜାତୀୟ ସ୍ତରରେ ନିଜର ପ୍ରତିଭା ଦେଖାଇ ପାରୁଛନ୍ତି ଏବଂ ଏହି ଅଂଚଳ ସମର କଳା ପାଇଁ ପ୍ରସିଦ୍ଧ ହେବାକୁ ଯାଉଛି I ଏହିଭଳି ଗ୍ରାମୀଣ ପ୍ରତିଭା ମାନଙ୍କୁ ସମସ୍ତ ପ୍ରକାର ସହଯୋଗ ଏବଂ ପ୍ରେରଣା ଯୋଗାଇବା ସହ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରକୁ ସେମାନଙ୍କୁ ପହଂଚାଇବା ପାଇଁ ଜେଏସପିଏଲ ଫାଉଣ୍ଡେସନ ପ୍ରତିଶ୍ରୁତିବଦ୍ଧ I”
ଜାତୀୟ ସ୍ତର ରେ ଦୁଇଟି ପଦକ ହାସଲ କରିଥିବା କ୍ରିଷ୍ଣା ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ବହୁତ ଉତ୍ସାହିତ I ସେ କହିଲେ, ” ମୁଁ ସ୍ୱପ୍ନରେ ସୁଦ୍ଧା କେବେବି ଭାବି ନଥିଲି ଯେ ଏଭଳି ଏକ ସୁଯୋଗ ମୋତେ ମିଳିବ ବୋଲି I ଏଥିପାଇଁ ମୋର ପ୍ରଶିକ୍ଷକ ଶ୍ରୀ ପଙ୍କଜ ମହାନ୍ତ ଏବଂ ଜେଏସପିଏଲ ଫାଉଣ୍ଡେସନ କୁ ଧନ୍ୟବାଦ ଦେଉଛି ଯାହାପାଇଁ ଏସବୁ ପାଇଁ ସମ୍ଭବ ହୋଇ ପାରିଛି I ଭବିଷ୍ୟତରେ ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରି ମୁଁ ମୋର ରାଜ୍ୟ ତଥା ଦେଶ ପାଇଁ ପଦକ ଆଣିବି |

ଏହି ସଫଳତା ପାଇଁ କେନ୍ଦୁଝର ଜିଲ୍ଲା ପ୍ରଶାସନ, ଓଡିଶା ଉଷୁ ଏସୋସିଏସନ, କେନ୍ଦୁଝର ଜିଲ୍ଲା ଉଷୁ ଏସୋସିଏସନ ଏବଂ ସର୍ବଶିକ୍ଷା ଅଭିଯାନ ତିନିଜଣଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି I