Odia News Portal

unlock-1ରେ କାହିଁକି ସୁନା ହେଉଛି ଶସ୍ତା, ଜାଣନ୍ତୁ

ନୂଆଦିଲ୍ଲୀ() ଲକ୍ଡାଉନ୍ ସମୟରେ ସୁନା ଦାମ୍ ନୂଆ ରେକର୍ଡ ଛୁଇଁଛି । ୧୭ ମେରେ ୪୭,୭୮୧ଟଙ୍କାରେ ପହଞ୍ଚିଥିଲା ସୁନା ଦର, ଯାହା ନିଜକୁ ନିଜେ ଏକ ରେକର୍ଡ ପାଲଟିଥିଲା। ଏହାପରେ ସୁନା ଦାମ୍ରେ ହ୍ରାସବୃଦ୍ଧି ଜାରି ରହିଛି। ଦିଲ୍ଲୀ ସର୍ଫା ବଜାରରେ ଗତ ସାତଦିନରେ ହୋଇଥିବା କାରବାରରେ ସୁନା ୧୯୯ଟଙ୍କା ପ୍ରତି ୧୦ଗ୍ରାମ ଓ ରୂପା ୧୬୩୫ଟଙ୍କା ପ୍ରତି କିଲୋ କମିଛି। ତେବେ ଏହା ପଛରେ କୌଣସି କାରଣ ନାହିଁ । ଚଳିତବର୍ଷ ପ୍ରତି ୧୦ଗ୍ରାମ ସୁନା ଦାମ୍ ୫୩,୦୦ହଜାର ଟଙ୍କା ପର୍ୟ୍ୟନ୍ତ ପହଞ୍ଚିବ ବୋଲି ପୂର୍ବରୁ ବିଶେଷଜ୍ଞମାନେଅନୁମାନ କରିଥିଲେ।

କେଡିଆ କମୋଡିଟିର ପରିଚାଳନା ନିର୍ଦ୍ଦେଶକ ଅଜୟ କେଡିଆଙ୍କ ଅନୁଯାୟୀ, କରୋନା ସଙ୍କଟ ଯୋଗୁ ସାରା ବିଶ୍ୱରେ ଏବେ କେନ୍ଦ୍ରୀୟ ବ୍ୟାଙ୍କମାନଙ୍କର ନୀତିଗତ ହାର ହ୍ରାସ ହେଉଛି । ଯେଉଁଥିପାଇଁ ଅର୍ଥନୀତିରେ ଘୋର ଅବନତୀ ପରିଲକ୍ଷିତ ହେଉଥିବା ବେଳେ ସୁନା ସୁରକ୍ଷିତ ବିନିଯୋଗର ବିକଳ୍ପ ପାଲଟିଛି। ଅନେକ ଦେଶ ଏବେ କରୋନା ଲକଡାଉନରେ। ଏଣୁ ଲୋକେ ନିବେଶ ପାଇଁ ଅନ୍ୟ ବିକଳ୍ପ ଉପରେ ଧ୍ୟାନ ଦେବା ଆରମ୍ଭ କରିଛନ୍ତି।

ଯଦି ଲକଡାଉନ୍ ସମୟରେ ସୁନା ଏବଂ ରୂପା ମୂଲ୍ୟ ବିଷୟରେ କହିବା । ତେବେ ପ୍ରଥମ ଥର ଓ ଚତୁର୍ଥ ଥର ଜାରି ହୋଇଥିବା ଲକଡାଉନ୍ ରେ ସୁନା ମୂଲ୍ୟ ହ୍ରାସ ପାଇଥିଲା । ତୃତୀୟ ଲକ୍ଡାଉନ୍ ତୁଳନାରେ ସୁନା ୯୩୨ ଟଙ୍କା ଶସ୍ତା ହୋଇଥିଲା । ଏହି ଲକଡାଉନ୍ ର ଶେଷ ବାଣିଜ୍ୟ ଦିନ ୨୯ ମେ ଶୁକ୍ରବାର ଦିନ ୨୪ କ୍ୟାରେଟ୍ ୧୦ ଗ୍ରାମ ସୁନାର ମୂଲ୍ୟ ୪୬,୯୨୯ ଟଙ୍କାକୁ ଆସିଥିଲା। ତେବେ ଏହି ସମୟ ମଧ୍ୟରେ ଏହା ତିନି ଥର ସୁନା ଦାମ୍ ୪୭ହଜାର ଉପରକୁ ଚାଲିଯାଇଥିଲା । ମେ ୧୮ରେ ସୁନା ୪୭୮୬୧ ଟଙ୍କାରେ, ମେ ୨୦ ରେ ୪୭୨୬୦ ଟଙ୍କାରେ ଏବଂ ମେ ୨୨ ରେ ୧୦ ଗ୍ରାମରେ ୪୭୧୦୦ ଟଙ୍କାରେ ବିକ୍ରି ହୋଇଥିଲା।