Odia News Portal

ପୁରୀ ବଜାରରେ ବଢୁଛି ହିରୋ ବାଇକର ଚାହିଦା

ପୁରୀ()  ପାର୍ବଣ ଋତୁ ଆରମ୍ଭ ହେବା ପୂର୍ବରୁ ଅଟୋ ମୋବାଇଲ କମ୍ପାନୀ ଗୁଡିକ ନିଜ ଆକର୍ଷଣୀୟ ଅଫରରେ ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ପ୍ରଚେଷ୍ଟା ଆରମ୍ଭ କଲେଣି । ତେବେ ହିରୋ ଅଟୋମୋବାଇଲ ନିଜ ଗ୍ରାହକଙ୍କ ପାଇଁ ଆଣିଛି ଆକର୍ଷଣୀୟ ଅଫର। ଯେଉଁଥିପାଇ ଏହାର ଚାହିଦା ବଢ଼ିବାରେ ଲାଗିଛି । ବିଶେଷ କରି ପୁରୀ ବଜାରରେ ହିରୋ ମୋଟର ବାଇକର ଚାହିଦା ବହୁତ ଅଧିକା ରହିଛି।

ତେବେ ଯଦି ଆପଣ ନୂତନ ହିରୋ ବାଇକ୍ କିଣିବାକୁ ଇଚ୍ଛା କରୁଛନ୍ତି, ତେବେ ସେଠାରେ ବିଭିନ୍ନ ବିନିମୟ ସହିତ କମ୍ EMI ଅଫର୍ ମଧ୍ୟ ଅଛି । ହିରୋ ମାଏଷ୍ଟ୍ରୋ ଏଜ୍ 125 ପରି ସ୍କୁଟରରେ ଡିଲର ଏବଂ ଫାଇନାନ୍ସ ପାର୍ଟନର ଉପରେ ନିର୍ଭର କରି ୩,୪୦୦ ଟଙ୍କା କମ୍ EMI ରହିଛି।

ହିରୋ ଏପର୍ଯ୍ୟନ୍ତ BS6 Xtreme 200S ଏବଂ Xpulse 200T ଲଞ୍ଚ କରିବାକୁ ଯାଉଛି ।ଏହି ଦୁଇଟି ବାଇକର ଉତ୍ପାଦନ ପୂର୍ବରୁ ଚାଲିଛି ବୋଲି ଏକ ସୂତ୍ରରୁ ଜଣାପଡିଛି। ଚଳିତ ମାସ ଶେଷ ଆଡକୁ, ଏହି ବାଇକ ଗୁଡ଼ିକ ଲଞ୍ଚଗୁଡିକ ହୋଇପାରେ ।

ସ୍ପେଣ୍ଡର ପ୍ଲସ, ଏକ୍ସଟ୍ରିମ ୧୬୦, ପ୍ୟାସନ ପ୍ରୋ, ଡେଷ୍ଟିନି ଓ ପ୍ଲେଜର ପ୍ଲସ ଆଦି ବାଇକ ଗୁଡିକର ଚାହିଦା ମଧ୍ୟ ବଢ଼ିବାରେ ଲାଗିଛି ।

ଖାଲି ବାଇକ ନୁହେଁ ସ୍କୁଟର ଚାହିଦା ମଧ୍ୟ ବଢ଼ିବାରେ ଲାଗିଛି। ଯୁବ ପିଢୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନୂଆ ଡିଜାଇନ ସହ ଭେରାଇଟି କଲର ସହ ହିରୋ ସ୍କୁଟି ଏବେ ବଜାରରେ ପ୍ରବେଶ କରିଛି ।