Odia News Portal

ରେକର୍ଡ ସ୍ତର ପାର କଲା ସେନ୍‌ସେକ୍ସ

ନୂଆଦିଲ୍ଲୀ: ହୁ ହୁ ହୋଇ ବଢ଼ିଲା ସେନ୍‌ସେକ୍ସ| ବମ୍ୱେ ଷ୍ଟକ୍ ଏକ୍ସଚେଞ୍ଜରେ ଆଜି ନୂଆ ଇତିହାସ ସୃଷ୍ଟି କରିଛି ସେନ୍‌ସେକ୍ସ । ପ୍ରଥମ ଥର ପାଇଁ ସେୟାର ବଜାର ୫୦ ହଜାର ପଏଣ୍ଟ ଉପରେ ଖୋଲିଛି । ଜୋ ବିଡେନ ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବରେ ଶପଥ ନେବା ପରେ ଏହାର ପ୍ରଭାବ ଦେଖିବାକୁ ମିଳିଛି ଭାରତ ଷ୍ଟକ ବଜାରରେ। ଗତକାଲି ବିଡେନ ଓ କମଳା ହାରିସ ଶପଥ ନେବା ପରେ ଆଜି ୩୦ଟି ବଡ଼ ବଡ଼ କମ୍ପାନୀକୁ ନେଇ ପ୍ରସ୍ତୁତ କରାଯାଉଥିବା ପ୍ରମୁଖ ଇଣ୍ଡେକ୍ସ ସେନ୍‌ସେକ୍ସ ଆଜି ରେକର୍ଡ ସ୍ତର ପାର କରିଛି । ପ୍ରି- ଟ୍ରେଡିଙ୍ଗ୍ ସମୟରେ ଏହା ଉତ୍ସାହଜନକ ଭାବେ ବୃଦ୍ଧି ପାଇ ୫୦ ହଜାର ୨ ପଏଣ୍ଟରେ ଖୋଲିବାକୁ ସମର୍ଥ ହୋଇଛି ।

ସେୟାର ମାର୍କେଟ୍ ଇତିହାସରେ ଏହି ଘଟଣା ପ୍ରଥମ ଥର ପାଇଁ ଘଟିଛି । ଯେଉଁ ଥିରେ ବିଏସ୍ଇ-ସେନ୍‌ସେକ୍ସ ୫୦ ହଜାର ପଏଣ୍ଟ ପାର କରିଛି । ସେନ୍‌ସେକ୍ସ ୬ ବର୍ଷ ୮ ମାସ ୫ ଦିନରେ ୨୫ ହଜାରରୁ ୫୦ ହଜାରରେ ପହଞ୍ଚିଛି । ଏହାଛଡ଼ା ନାଶନାଲ୍ ଷ୍ଟକ୍ ଏକ୍ସଚେଞ୍ଜରେ ନିଫ୍ଟି ମଧ୍ୟ ୧୪ ହଜାର ୭ ଶହ ପଏଣ୍ଟରେ ଖୋଲିଛି ।