ଭଦ୍ରକ : ଲାଞ୍ଚ ନେଇ ଗିରଫ ହେଲେ ନିର୍ବାହୀ ଅଧିକାରୀ । ଏକ ଡ୍ରେନ କାମର ବକେୟା ବିଲ୍ କରିବାକୁ ୮ ହଜାର ଟଙ୍କା ଲାଞ୍ଚ ନେଉଥିଲେ ଭଦ୍ରକ ଦୋବଲ ପଞ୍ଚାୟତର ନିର୍ବାହୀ ଅଧିକାରୀ ବୈଦେହୀ ମୁଣ୍ଡା । ଏହି ପଞ୍ଚାୟତ ସୋଧ ଗାଁରେ ୨ଲକ୍ଷ ଟଙ୍କାର ଏକ ଡ୍ରେନ କାମ ପାଇଁ ବକେୟା ୪୦ ହଜାର ଟଙ୍କାର ବିଲ୍ ପାସ କରିବାକୁ ସେ ୮ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଠିକା କାମ ନେଇଥିବା ସୁବୋଧ ଦାସ ଏ ସଂପର୍କରେ ଭିଜିଲାନ୍ସ ଏସ୍ପିଙ୍କୁ ଜଣାଇଥିଲେ ।
ଆଜି ଭିଜିଲାନ୍ସର ଏକ ଟିମ ଦୋବଲଠାରେ ପହଂଚି ଲାଞ୍ଚ ନେଉଥିବାବେଳେ ନିର୍ବାହି ଅଧିକାରିଙ୍କୁ ଗିରଫ କରିଛି ।