Odia News Portal

ସୋମବାର ଠାରୁ ଦିଲ୍ଲୀରେ ଖୋଲିବ ସବୁ ସ୍କୁଲ

ରାଜଧାନୀରେ ଦିଲ୍ଲୀରେ ଖୋଲିବ ସମସ୍ତ ସ୍କୁଲ । ଆସନ୍ତା ସୋମବାରରୁ ଦିଲ୍ଲୀର ସମସ୍ତ ସ୍କୁଲ ଖୋଲିବ । ଏ ନେଇ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ଶିଶୋଦିଆ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । ଶୀତ ବଢ଼ିବା ସହ ଦିଲ୍ଲୀରେ ପ୍ରଦୂଷଣ ମଧ୍ୟ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ଥିବା ସମସ୍ତ ସ୍କୁଲଗୁଡ଼ିକୁ ରାଜ୍ୟ ସରକାର ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟି ଘୋଷଣା କରିଥିଲେ । ଏ ନେଇ ଦିଲ୍ଲୀର ଶିକ୍ଷା ବିଭାଗ ପକ୍ଷରୁ ଘୋଷଣା କରାଯାଇଥିଲା ।

ସୂଚନା ଅନୁଯାୟୀ, ପୂର୍ବରୁ ଦିଲ୍ଲୀ ସରକାର ୭ ଦିନ ପାଇଁ ସ୍କୁଲ ଓ କଲେଜ ବନ୍ଦ କରିଥିଲେ। କିନ୍ତୁ ପ୍ରଦୂଷଣ ସ୍ଥିତି ଅତ୍ୟନ୍ତ ଗମ୍ଭୀର ଥିବାରୁ ସରକାର ଗତ ୨୧ ତାରିଖରେ ପରବର୍ତ୍ତୀ ନୋଟିସ ଯାଏଁ ସ୍କୁଲ ଗୁଡ଼ିକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ସ୍କୁଲ ବନ୍ଦ ରହିଥିଲେ ହେଁ ପିଲାମାନେ ଅନଲାଇନରେ ପାଠ ପଢ଼ିପାରିବେ। ଏଥିପାଇଁ ସବୁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ବ୍ୟବସ୍ଥା କରିବାକୁ କୁହାଯାଇଥିଲା ।