Odia News Portal

ରାଜ କୁନ୍ଦ୍ରାଙ୍କ ବିପକ୍ଷରେ ୧୫ଶହ ପୃଷ୍ଟାର ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଞ୍ଚ

ମୁମ୍ବାଇ: ଦିନକୁ ଦିନ ରାଜ କୁନ୍ଦ୍ରାଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି । ପୋନୋଗ୍ରାଫି ମାମଲାରେ କାଲି ମୁମ୍ବାଇ କ୍ରାଇମବ୍ରାଞ୍ଚ ରାଜ କୁନ୍ଦ୍ରାଙ୍କ ନାମରେ ୧୫୦୦ ପୃଷ୍ଟା ସମ୍ବଳିତ ଏକ ଚାର୍ଜସିଟ୍ କୋର୍ଟରେ ଦାଖଲ କରିଛି । ସୂଚନା ଅନୁସାରେ, ମୁମ୍ବାଇ କ୍ରାଇମବ୍ରାଞ୍ଚ ଦାଖଲ କରିଥିବା ଏହି ସପ୍ଲିମେଣ୍ଟାରୀ ଚାର୍ଜସିଟରେ ରାଜକୁନ୍ଦ୍ରାଙ୍କ ସମେତ ଅନ୍ୟ କିଛି ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରାଯାଇଛି । ଏହି ଚାର୍ଜସିଟରେ ମୋଟ ୪୩ ଜଣଙ୍କ ବୟାନ ରେକର୍ଡ ରହିଛି । ଏଥିରେ ରାଜ କୁନ୍ଦ୍ରାଙ୍କ ପତ୍ନୀ ତଥା ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଏବଂ ଅଭିନେତ୍ରୀ ସର୍ଲିନ୍ ଚୋପ୍ରାଙ୍କ ବୟାନ ମଧ୍ୟ ରେକର୍ଡ ରହିଛି ।

ମୁମ୍ବାଇ କ୍ରାଇମବ୍ରାଞ୍ଚଙ୍କ ଅନ୍ୟ ଏକ ଖବର ଅନୁସାରେ, ଅଲ୍ଟ ବାଲାଜୀ, ହଟ୍ସୁଟ୍, ନେଓଫ୍ଲିକ୍ସ୍, ଉଲ୍ଲୂ, ହଟ୍ ମସ୍ତି, ପ୍ରାଇମ୍ ଫ୍ଲିକ୍ସ, େୱଟ୍ଫ୍ଲିକ୍ସ ଭଳି କେତେକ େୱବ ସାଇଟ୍ ଏବଂ ଓଟିଟି ପ୍ଲାଟ୍ଫର୍ମରେ ଅଶ୍ଳୀଳ ଭିଡିଓ ମିଳିଛି । ଏହି ସାଇଟ୍ର ସବୁ ନିର୍ଦ୍ଦେଶକ ଓ ମାଲିକଙ୍କ ନାମରେ ମଧ୍ୟ ମାମଲା ଦାୟର କରାଯାଇଛି ।

ଅନ୍ୟପଟେ, ଅଭିନେତ୍ରୀ ଶିଳ୍ପା ସ୍ୱାମୀ ରାଜ କୁନ୍ଦ୍ରା ଓ ନିଜର ମଙ୍ଗଳ କାମନା ସକାଶେ ବୈଷ୍ଣବ ଦେବୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ।ସୂଚନା ଥାଉ ଯେ, ପୋନୋଗ୍ରାଫି ଭିଡିଓ ମାମଲାରେ ରାଜ କୁନ୍ଦ୍ରା ଜୁଲାଇ ୧୯ ତାରିଖରୁ ଜେଲରେ ରହିଛନ୍ତି । ତାଙ୍କୁ ଅଶ୍ଳୀଳ ଭିଡିଓ ସୁଟିଂ ଓ ତାକୁ ମାର୍କେଟିଂ କରିବା ଅଭିଯୋଗରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା ।