Odia News Portal

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ଅଭିନେତ୍ରୀଙ୍କ ଫଟୋ

ମୁମ୍ବାଇ() ନେପାଳୀ ଅଭିନେତ୍ରୀ ଅଦିତୀ ବୁଧାଥୋକୀ ନିଜ କାତିଲାନା ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ରୂପରୁ ଯେତିକି ସୁନ୍ଦର ଗୁଣେରେ ମଧ୍ୟ ସେତିକି ସୁନ୍ଦର। ନିଜ ସ୍ବପ୍ନ ପୂରଣ କରିବା ପାଇଁ ଅଦିତୀ ନେପାଲ ଛାଡି ମାୟାନଗରୀ ମୁମ୍ବାଇରେ ପାଦ ଦେଇଥିଲେ। ଏବେ ବଲିଉଡରେ ନିଜ କ୍ୟାରିଅର ଆରମ୍ଭ କରିବା ପାଇଁ କଠିନ ପରିଶ୍ରମ କରୁଛନ୍ତି।

ଅଦିତୀ ଅନେକ ପଂଜାବୀ ଓ ହିନ୍ଦି ମ୍ୟୁଜିକ୍ ଭିଡିଓରେ ନଜର ଆସିସାରିଛନ୍ତି। ଏହା ବ୍ୟତୀତ ନେପାଳୀ ଫିଲ୍ମ ଓ ଗୀତ ଗୁଡିକରେ ମଧ୍ୟ ଅଭିନୟ କରିଛନ୍ତି ଏହି ଅଭିନେତ୍ରୀ।

ନିକଟରେ ଅଦିତୀ ନିଜର ବିକିନି ଫଟୋ ମଧ୍ୟ ପୋଷ୍ଟ କରିଥିଲେ। ଏହି ଫଟୋ ଗୁଡିକୁ ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି।