Odia News Portal

ଅକ୍ଷୟଙ୍କ ପରେ କରୋନାରେ ଆକ୍ରାନ୍ତ ହେଲେ ଗୋବିନ୍ଦା

ନୂଆଦିଲ୍ଲୀ: ସମ୍ପୂର୍ଣ୍ଣ ବଲିଉଡ୍ ଜଗତକୁ ଗ୍ରାସ କରିଛି କରୋନା ମହାମାରୀ ।ଆଜି ଗୋଟିଏ ଦିନରେ ବଲିଉଡ୍ ର ଦୁଇ ଅଭିନେତା କରୋନାରେ ଆକ୍ରାନ୍ତ ହୋଇଛନ୍ତି । ପ୍ରଥମେ ଖିଲାଡ଼ି କୁମାର ଅକ୍ଷୟ କରୋନା ପଜିଟିଭ୍ ହୋଇଥିବା ସୂଚନା ମିଳିଥିବା ବେଳେ ଏବେ ଗୋବିନ୍ଦା ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି ।ତେବେ ଗୋବିନ୍ଦା କରୋନା ପଜିଟିଭ୍ ହେବା କଥା ତାଙ୍କର ଜଣେ ସହଯୋଗୀ କଳାକାର ସୂଚନା ପ୍ରଦାନ କରିଛନ୍ତି । ତାଙ୍କ ସହଯୋଗୀଙ୍କ କହିବା ଅନୁଯାୟୀ, କୋଭିଡ କଟକଣାକୁ ଠିକ୍ ଭାବେ ପାଳନ କରୁଥିବା ଗୋବିନ୍ଦା ଏବେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତାଙ୍କ ଠାରେ କରୋନା  ହାଲକା ଲକ୍ଷଣ ରହିଛି । ଏହାକୁ ନେଇ ସେ ହୋମ କ୍ୱାରେଣ୍ଟିନରେ ରହିଛନ୍ତି ବୋଲି ସହଯୋଗୀ କଳାକାର କହିଛନ୍ତି ।

ସୂଚାନ ଅନୁଯାୟୀ, ରବିବାର ସକାଳୁ ଗୋବିନ୍ଦା ତାଙ୍କର କୋଭିଡ ଟେଷ୍ଟ କରାଇଥିଲେ । ରିପୋର୍ଟ ଆସିବା ପରେ ସେ କରୋନା ପଜିଟିଭ୍ ହୋଇଥିବା ଜଣାପଡିଥିଲା ।ତେବେ ଗୋବିନ୍ଦା ଏବେ ହୋମ କ୍ୱାରେଣ୍ଟିନରେ ଥିବା ବେଳେ ତାଙ୍କର କୋଭିଡ୍ ଚିିକିତ୍ସା ଚାଲିଛି ।