Odia News Portal

ଫିଲ୍ମ ଦେବା ବାହାନାରେ ମହିଳାଙ୍କୁ ଦୁଷ୍କର୍ମ

ମନୋରଞ୍ଜନ ଜଗତରୁ ପ୍ରତ୍ୟେକ ଦିନ ଅଭିନେତା-ଅଭିନେତ୍ରୀଙ୍କ ସହ ଜଡିତ ଖବର ସାମ୍ନାକୁ ଆସୁଛି। କିନ୍ତୁ ନିକଟରେ ଏକ ଖବର ଫିଲ୍ମ ଇଣ୍ଡଷ୍ଟ୍ରିକୁ ଚକିତ କରିଦେଇଛି। ଜଣେ ବଡ ଅଭିନେତାଙ୍କ ନାଁରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଅଭିନେତା ଜଣଙ୍କ ଫିଲ୍ମରେ କାମ ଦେବା ପରିବର୍ତ୍ତେ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି।

ମାଲାୟାଲମ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା, ନିର୍ମାତା ତଥା ବ୍ୟବସାୟୀ ବିଜୟ ବାବୁ।  ତାଙ୍କ ନାଁରେ ଦୁଷ୍କର୍ମ ମାମଲା ରୁଜୁ ହୋଇଛି। କୋଝିକୋଡରେ ରହୁଥିବା ଅଭିଯୋଗକାରୀ ମହିଳା ତାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଫିଲ୍ମରେ କାମ ଦେବା ବଦଳରେ ତାଙ୍କୁ ଅଭିନେତା ଦୁଷ୍କର୍ମ କରିଥିବା ସେ କହିଛନ୍ତି।

ପୀଡିତାଙ୍କ ଅନୁଯାୟୀ, ବିଜୟ ବାବୁ ତାଙ୍କୁ ଏକ ଫିଲ୍ମରେ କାମ ଦେବା ବଦଳରେ ଏର୍ନାକୁଲମରେ ଥିବା ତାଙ୍କର ଫ୍ଲାଟରେ ଅନେକ ଥର ଶାରୀରିକ ସମ୍ପର୍କ ରଖିଛନ୍ତି। ଏପ୍ରିଲ ୨୨ରେ ବିଜୟ ବାବୁଙ୍କ ବିରୋଧରେ ଅଭିଯୋଗ କରାଯାଇଛି। କିନ୍ତୁ ଅଭିଯୋଗ ହେବାର ଚାରି ଦିନ ପରେ ବି ପୋଲିସ ତାଙ୍କୁ ପଚରାଉଚରା କରିପାରି ନାହିଁ। କାରଣ ବିଜୟଙ୍କର ପତ୍ତା ଏପର୍ଯ୍ୟନ୍ତ ପୋଲିସକୁ ମିଳିନାହିଁ। ଅଭିନେତାଙ୍କ ବିରୋଧରେ ଦୁଷ୍କର୍ମ ଏବଂ ଶାରୀରିକ କ୍ଷତି ଘଟାଇଥିବା ଅଭିଯୋଗରେ ଏକ ମାମଲା ରୁଜୁ ହୋଇଛି। ପୋଲିସ ମାମଲାର ସବିଶେଷ ତଥ୍ୟ ଦେଇନାହିଁ।