Odia News Portal

ଅନନ୍ୟାଙ୍କ ହାତରୁ ଗଲା ବଡ଼ ପ୍ରୋଜେକ୍ଟର ଅଫର

ମୁମ୍ବାଇ: ଗତ ଶୁକ୍ରବାର ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଘରେ ଚଢାଉ କରିଥିଲା ଏନ୍‌ସିବି । ଜବତ ହୋଇଥିଲା ଅନନ୍ୟାଙ୍କ ଲାପ୍‌ଟପ୍‌, ମୋବାଇଲ ଓ ଦୀର୍ଘ ୪ ଘଣ୍ଟା ଧରି ଚାଲିଥିଲା ପଚରାଉଚରା । ଶେଷରେ ଆର୍ଯ୍ୟନଙ୍କୁ ଅନନ୍ୟା ଗଂଜେଇ ଯୋଗାଇଥିବା ନେଇ ସ୍ୱୀକାର କରିବା ସହ ପ୍ରମାଣ ମଧ୍ୟ ହସ୍ତଗତ ହୋଇଥିଲା । ଏହି ଘଟଣାକୁ କେନ୍ଦ୍ର କରି ଏକ ହାଇ ବଜେଟ ଫିଲ୍ମ ଅନନ୍ୟାଠାରୁ ହାତଛଡା ହୋଇଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁଯାୟୀ ଫିଲ୍ମ ଥଲପଥୀ- ୬୬ରେ ଅନନ୍ୟାଙ୍କୁ ସାଉଥ୍ ସୁପରଷ୍ଟାର ବିଜୟଙ୍କ ଅପୋଜିଟ୍‌ରେ କାଷ୍ଟ କରାଯିବା ନେଇ ସ୍ଥିର ହୋଇଥିଲା । ହେଲେ ଆର୍ଯ୍ୟନଙ୍କୁ ଗଂଜେଇ ଯୋଗାଇବା ମାମଲାରେ ଅନନ୍ୟା ଛନ୍ଦି ହେବା ପରେ ବିଜୟଙ୍କ ଫିଲ୍ମରୁ ତାଙ୍କୁ ବିଦା କରାଯାଇଥିବା ସୂଚନା ମିଳିଛି । ଭାମସୀ ପାଇଡାପଲ୍ଲିଙ୍କ ନିର୍ଦ୍ଦେଶିତ ଓ ଦିଲ ରାଜୁଙ୍କ ପ୍ରଯୋଜିତ ଏହି ଫିଲ୍ମର ସୁଟିଂ ଆଗାମୀ ବର୍ଷ ଆରମ୍ଭ ହେବାକୁ ଯାଉଛି । ଏକାଧିକ ଭାଷାରେ ନିର୍ମିତ ହେବାକୁ ଥିବା ଏହି ଫିଲ୍ମଠାରୁ ଅନନ୍ୟାଙ୍କୁ ଦୂରେଇ ରଖିବାକୁ ଫିଲ୍ମ ମେକରମାନେ ନିଷ୍ପତ୍ତି ନେଇଥିବା ଜଣାପଡିଛି ।