Odia News Portal

ସରିଲା ଆର୍ୟନଙ୍କ ଶୁଣାଣି, ୨୦ରେ ରାୟ

ମୁମ୍ୱାଇ – ଆସନ୍ତା ୨୦ତାରିଖ ଯାଏ ଜେଲ୍‌ରେ ରହିବେ ଆମୁମ୍ୱାଇ : କ୍ରୁଜ୍‌ ଶିପ୍‌ ଡ୍ରଗ୍ସ କେସ୍‌କୁ ନେଇ ଆର୍ଥର ରୋଡ୍‌ ଜେଲ୍‌ରେ କଏଦ୍ ଆର୍ୟନ ଖାନଙ୍କର ଜାମିନ୍‌ ଗୁରୁବାର ମୁମ୍ୱାଇକୁ ସେସନ୍ସ କୋର୍ଟରେ ଶୁଣାଣି ହୋଇଛି। କୋର୍ଟ ଏନ୍‌ସିବି ଓ ଆର୍ୟନ ଖାନ୍‌ଙ୍କ ଓକଲିଙ୍କର ତର୍କ ଶୁଣିବା ପରେ ପୁଣି ଥରେ ରାୟ ସଂରକ୍ଷିତ ରଖିଛନ୍ତି । ମାମଲାର ଆଗାମୀ ଶୁଣାଣି ୨୦ ଅକ୍ଟୋବରରେ ହେବ ।

ଆର୍ୟନ ଖାନଙ୍କ ଓକିଲ କହିଥିଲେ ଆଜିର ଜେନେରେସନର ପିଲାଙ୍କର ଭାଷା , ଇଂରାଜୀ ଆମ ଠାରୁ ବହୁତ ଅଲଗା । ତାଙ୍କର କଥାବାର୍ତ୍ତା ଏଜେନ୍ସିକୁ ସନ୍ଦେହଜନକ ଲାଗିପାରେ । ଓକିଲ ଅମିତ୍‌ ଦେଶାଇ ପଚାରିଥିଲେ -ଆପଣଙ୍କୁ କଣ ଲାଗୁଛି ଏହି ପିଲା ଇଣ୍ଟରନ୍ୟାସନାଲ ଡ୍ରଗ୍‌ ଟ୍ରାଫିକିଂରେ ସାମିଲ ହୋଇଥିବ ? ଏଜେନ୍ସି କହୁଛି କି ଆମେ ଏମ୍‌ଇଏ ସଂପର୍କରେ ଅଛୁ । ଆପଣ କରନ୍ତୁ ନିଜର ଯାଞ୍ଚ , ହେଲେ ଏହି ଅଭିଯୋଗ ପୂରା ଭୁଲ୍‌ ଓ ଭିତ୍ତିହୀନ।

ଡ୍ରଗ୍‌ ରେଭ୍‌ ପାର୍ଟି ସହ ଜଡ଼ିତ କୌଣସି ମେସେଜ୍‌ ଓ ଚ୍ୟାଟ୍‌ସ ନାହିଁ । ଆର୍ୟନ ଖାନ୍‌ ବହୁତ ଦିନ ଧରି ବିଦେଶରେ ଥିଲେ । ସେହି ଦେଶ ଗୁଡ଼ିକରେ କେବେ କେବେ ବହୁତ ଜିନିଷ ବୈଧ ହୋଇଥାଏ । ମୋତେ ଜଣାନାହିଁ ଏହା କି ପ୍ରକାରର ଚ୍ୟାଟ୍‌ । ଚକ୍ରାନ୍ତ ଓ ଅଟକଳକ ସମ୍ଭାବନା ମୋତେ ଏହି ମାମଲାରେ ପଛରେ ରୋକି ପାରିବ ନାହିଁ । ଅପରାଧର ଅନୁମାନ ଲଗେଇବା , ସେକ୍ସନ ୩୫ ଟ୍ରାୟଲର ସମୟରେ ଲାଗୁ କରାଯାଏ , ବେଲ୍‌ ସମୟରେ ନୁହେଁ । ଅନେକ ଜିନିଷକୁ ଦ୍ୱିତୀୟ ଷ୍ଟେଜ୍‌ରେ ଦେଖା ଯାଇ ପାରିବ , ମୁଁ କାହାକୁ ମୁକ୍ତ କରିବାକୁ ନୁହେଁ , ବେଲ୍‌ ପାଇଁ କହୁଛି ।