Odia News Portal

ପୂରଣ ହେଲା ମନ୍ନତ, ମନ୍ନତ ଯିବେ ଆର୍ୟନ

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ମାମଲାରେ ଛନ୍ଦି ହୋଇଥିବା ବଲିଉଡ ଶାହାରୁଖ ଖାନଙ୍କ ପୁଅ ଆର୍ୟନଙ୍କୁ ମିଳିଲା ଜାମିନ୍ । ଆସନ୍ତାକାଲି ପ୍ରକାଶ ପାଇବ ବେଲ ଅର୍ଡର । ତାଙ୍କୁ ଜାମିନ୍ ଦେଇଛନ୍ତି ବମ୍ବେ ହାଇକୋର୍ଟ । ୩ ଦିନର ମାରାଥର ଜେରା ପରେ ମିଳିଛି ଜାମିନ୍ । ଶାହାରୁଖ ଖାନଙ୍କ ମନ୍ନତ ପୂରଣ ହେବାପରେ ବାସଭବନ ମନ୍ନତକୁ ଖୁଖଶୀଘ୍ର ଫେରିବେ ଆର୍ୟନ ।

ମଙ୍ଗଳବାର ଓ ବୁଧବାର ଦୁଇଦିନ ଧରି କୋର୍ଟରେ ଶୁଣାଣି ହୋଇଥିଲେ ମଧ୍ୟ ଆର୍ଯ୍ୟନଙ୍କୁ ଜାମିନ ମିଳିପାରିନଥିଲା । ଜାମିନ୍‌ ଶୁଣାଣି ସମ୍ପୂର୍ଣ୍ଣ ହୋଇନପାରିବାରୁ ପୁଣିଥରେ ଆଜିକୁ ଘୁଞ୍ଚାଯାଇଥିଲା । କହିରଖିବା ଉଚିତ ହେବକି ଚଳିତମାସ ଆରମ୍ଭରେ ମୁମ୍ବାଇ ସମୁଦ୍ରକୂଳ ନିକଟରେ ଏକ କ୍ରୁଜ ଜାହାଜରେ ଡ୍ରଗ୍ସ ଜବତ ମାମଲାରେ ଆର୍ଯ୍ୟନ୍‌ଙ୍କୁ ଗିରଫ କରିଥିଲା ଏନ୍‌ସିବି ଟିମ । ସେବେଠାରୁ ଏହି ମାମଲାର ଶୁଣାଣି ଜାରି ରହିଛି । କିନ୍ତୁ ଦୁଇ ଦିନ ଧରି ଆର୍ଯ୍ୟନ୍‌ ଖାନ୍‌ ନିରାଶ ହୋଇଥିଲେ | ଦୀର୍ଘ ୨୬ ଦିନ ହେବ ଆର୍ଥର ଜେଲରେ ରହିଆସୁଥିଲେ ଜୁନିୟର ଖାନ ।

ଅନ୍ୟପଟେ ଆର୍ଯ୍ୟନ୍‌ଙ୍କୁ ଗିରଫ କରିବା ପରେ ଚର୍ଚ୍ଚାକୁ ଆସିଥିବା ଏନ୍‌ସିବି ନିର୍ଦ୍ଦେଶକ ସମୀର ଓ୍ଵାଙ୍ଖଡ଼େଙ୍କ ସମସ୍ୟା ଏବେ ବଢ଼ିଛି । ଏକ ପ୍ରକାର ଚକ୍ରବ୍ୟୁହରେ ଫସିଯାଇଛନ୍ତି ସମୀର । ସମୀରଙ୍କ ବିରୋଧରେ ଜବରଦସ୍ତି ଅର୍ଥ ଆଦାୟ କରୁଥିବା ଓ ଦୁର୍ନୀତି କରିବା ନେଇ ଅଭିଯୋଗ ଆସିଛି । ଏହି ଅଭିଯୋଗ ଆସିବା ପରେ ସମୀରଙ୍କ ଉପରେ ଭିଜିଲାନ୍ସ ତଦନ୍ତ ଆରମ୍ଭ ହୋଇଛି । କିନ୍ତୁ ଏହି ମାମଲାରେ ସମୀରଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି । ଅନ୍ୟପଟରେ ସମୀରଙ୍କ ପତ୍ନୀ କ୍ରାନ୍ତି ରେଡ଼କର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଏକ ପତ୍ର ଲେଖିଛନ୍ତି |