Odia News Portal

ବଲିଉଡ୍‌ରେ ଚର୍ଚ୍ଚା : ଭାଙ୍ଗିଗଲା ଆଲିଆ-ରଣବୀରଙ୍କ ସମ୍ପର୍କ

ବଲିଉଡ୍‌ର ହଟ୍‌ ହ୍ୟାଣ୍ଡସମ୍‌ ବାଚ୍‌ଲର ରନ୍‌ବୀର କପୁରଙ୍କୁ ନେଇ ଏବେ ଏକ ଖବର ଗଣମାଧ୍ୟମରେ ଉଡ଼ିଚାଲିଛି । କଥାଟା ସତ ହେଉ ବା ନହେଉ ‘ଡାଲ୍‌ ମେ କୁଛ୍‌ କାଲା ତୋ ହେ’ । କଥାରେ ଅଛି ନିଆଁ ନଥିଲେ ଧୂଆଁ ବାହାରେ ନାହିଁ କି ସବୁ ଖବର ଉଡ଼ା ନୁହେଁ ।

ହଁ ଆଜ୍ଞା, ଆମେ କହୁଛୁ ବଲିଉଡ୍‌ର ଚର୍ଚ୍ଚିତ ଚରିତ୍ର ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ସମ୍ପର୍କରେ । ଦୁହେଁ ଦୀର୍ଘ ବର୍ଷେ ହେଲା ଡେଟିଂରେ ଥିଲେ । ଉଭୟଙ୍କୁ ସର୍ବତ୍ର ଏକସଙ୍ଗରେ ଦେଖିବାକୁ ମିଳୁଥିଲା । ମାତ୍ର ଏବେ କୁଆଡେ ରଣବୀର ଏକା ଦେଖିବାକୁ ମିଳୁଛନ୍ତି ।

ଖାଲି ସେତିକି ନୁହେଁ, ରଣବୀରଙ୍କ ଥଣ୍ଡା ହାବଭାବ ଉଭୟଙ୍କ ସମ୍ପର୍କର ସେତୁରେ ଫାଟ ସୃଷ୍ଟି କଲା ଭଳି ଲାଗୁଛି । ଏକଥାର ଖିଅ ସୃଷ୍ଟି ହୋଇଥିଲା ରଣବୀରଙ୍କୁ ଯେତେବେଳେ ଆଲିଆଙ୍କ ଜନ୍ମ ଦିନରେ ଦେଖିବାକୁ ମିଳିନଥିଲା । ରଣବୀରଙ୍କ ନିକଟତମ ସୂତ୍ରରୁ ଅବଶ୍ୟ ଏହାକୁ ଖଣ୍ଡନ କରାଯାଇଛି । ଅବଶ୍ୟ ନିକଟରେ ରଣବୀର ଓ ଆଲିଆଙ୍କୁ ନେଇ ନିକଟରେ କେତକ ଅନ୍ତରଙ୍ଗ ଫଟୋ ପ୍ରକାଶ ପାଇଛି ତେବେ ସତ ମିଛ ଯାହା ସମୟ ହିଁ କହିବ ।