Odia News Portal

ବଲିଉଡ୍‌ରେ ଫିଲ୍ମ ପାଇବାକୁ ହେଲେ କରିବାକୁ ହୁଏ ଶରୀର ସଉଦା, ଖୁଲାସା କଲେ ଏହି ଅଭିନେତ୍ରୀ

ହଲିଉଡ୍‌ରୁ ଆରମ୍ଭ କରି ବଲିଉଡ୍‌ ପର୍ଯ୍ୟନ୍ତ ଏବେ ସବୁଠି ମି-ଠୁକୁ ନେଇ ଚର୍ଚ୍ଚା ଲାଗି ରହିଛି। କିଛି ଦିନ ଧରି ଥମିଯାଇଥିବା ଏହି ଟ୍ରେଣ୍ଡ ଏବେ ଆଉ ଥରେ ମୁଣ୍ଡ ଟେକିଛି। ନିକଟରେ ଆଉ ଜଣେ ହିରୋଇନ୍‌ କାଷ୍ଟିଂ କାଉଚ୍‌କୁ ନେଇ ଖୁଲାସା କରିଛନ୍ତି। ନିଜ ବୋଲ୍ଡ ଅନ୍ଦାଜ୍‌ ଯୋଗୁ ଚର୍ଚ୍ଚାରେ ରହିଥିବା ଅଭିନେତ୍ରୀ ଶର୍ଲିନ୍‌ ଚୋପ୍ରା କାଷ୍ଟିଂ କାଉଚ୍‌ ନେଇ ବୟାନ ଦେଇଛନ୍ତି।

ଏକ ଇଣ୍ଟରଭ୍ୟୁରେ ଶର୍ଲିନ୍‌ କହିଛନ୍ତି ଯେ ଫିଲ୍ମ ଇଣ୍ଡଷ୍ଟ୍ରିରେ କାଷ୍ଟିଂ କାଉଚ୍‌ ପାଇଁ ଏକ ଖାସ୍‌ କୋଡ୍‌ ବ୍ୟବହାର କରାଯାଏ। ଏହା ବହୁତ ସିମ୍ପଲ ଲାଗୁଥିଲେ ମଧ୍ୟ ପ୍ରକୃତରେ ଏହାର ଅର୍ଥ ହେଉଛି ବୁଝାମଣା। ସେ କହିଛନ୍ତି ଯେ ତାଙ୍କ ପାଇଁ ବ୍ୟବହାର କରାଯାଇଥିବା କୋଡ୍‌ ଥିଲା ଡିନର। କ୍ୟାରିୟରର ଆରମ୍ଭରେ ଜଣେ ଫିଲ୍ମ ନିର୍ମାତା ଅଧ ରାତିରେ ତାଙ୍କୁ ଡିନର ପାଇଁ ଡାକିଥିଲେ।

ଫିଲ୍ମ ନିର୍ମାତା ତାଙ୍କୁ ନିଜ ଟ୍ୟାଲେଣ୍ଟ ଯୋଗୁ କାମ ଦେବେ ବୋଲି ଶର୍ଲିନ ଭାବିଥିଲେ, କିନ୍ତୁ ସେ ତାଙ୍କୁ ଡିନରକୁ ଡାକିଥିଲେ। ସେତେବେଳେ ସେ ଡିନର ଅର୍ଥ ରାତ୍ରି ଭୋଜନ ବୋଲି ଭାବିଥିଲେ। କିନ୍ତୁ ଫିଲ୍ମ ନିର୍ମାତା ତାଙ୍କୁ ରାତି ୧୧-୧୨ ଟା ବେଳେ ନିଜ ରୁମ୍‌କୁ ଡାକିଥିଲେ। ଏଭଳି ୪-୫ ଥର ହେବା ପରେ ସେ ବୁଝିଯାଇଥିଲେ ଯେ ଡିନର ଅର୍ଥାତ୍‌ କମ୍ପ୍ରୋମାଇଜ୍‌।

ଡିନରର ଅର୍ଥ ବୁଝିବା ପରେ ତାଙ୍କୁ ଯିଏ ବି ଡିନରରେ ଡାକେ ସେତେବେଳେ ସେ କହିଥାନ୍ତି ଯେ ମୁଁ ଡିନର କରେ ନାହିଁ ମୁଁ ଡାଏଟ୍‌ ଅଛି। ଆପଣ ମତେ ବ୍ରେକ୍‌ ଫାଷ୍ଟ କିମ୍ବା ଲଞ୍ଚ୍‌ରେ ଡାକନ୍ତୁ। ଏହା କହିବା ପରେ ସେମାନେ ଆଉ କୌଣସି ଉତ୍ତର ଦେଉନଥିଲେ ବୋଲି କହିଛନ୍ତି ଶର୍ଲିନ୍‌।