Odia News Portal

ଅଭିନେତ୍ରୀ ଭାଟିଆଙ୍କ ବାପା, ମା’ କରୋନା ପଜିଟିଭ

ଅଭିନେତ୍ରୀ ତମନ୍ନା ଭାଟିଆଙ୍କ ବାପା, ମା’ କରୋନା ପଜିଟିଭ ବୋଲି ଜଣାପଡିଛି । ଯଦିଓ ଘରର ଅବଶିଷ୍ଟ ସଦସ୍ୟ, କର୍ମଚାରୀ ଏବଂ ତମନ୍ନା ନିଜେ ନେଗେଟିଭ ଆସିଛନ୍ତି । ତେବେ ଅଭିନେତ୍ରୀ ଏନେଇ ଇନଷ୍ଟାଗ୍ରାମ ଜରିଆରେ ସୂଚନା ଦେଇଛନ୍ତି ।

ତମନ୍ନା ଲେଖିଛନ୍ତି- “ମୋର ପିତାମାତାଙ୍କ ଠାରେ ସପ୍ତାହ ଶେଷରେ ସାମାନ୍ୟ କୋଭିଡ ଲକ୍ଷଣ ଦେଖାଯାଇଥିଲା । ସତର୍କତା ଭାବରେ ଘରର ସମସ୍ତ ଲୋକ ତୁରନ୍ତ ଯାଞ୍ଚ କରିଥିଲେ। ବର୍ତ୍ତମାନ ରିପୋର୍ଟ ଆସିଛି। ଦୁର୍ଭାଗ୍ୟବଶତଃ ମୋର ପିତାମାତା କୋଭିଡ ପଜିଟିଭ ବୋଲି ଜଣାପଡ଼ିଛନ୍ତି । ତେବେ ପରିବାରର ଅବଶିଷ୍ଟ ସଦସ୍ୟ, କର୍ମଚାରୀ ଏବଂ ମୋର ରିପୋର୍ଟ ନେଗେଟିଭ ଆସିଛି । ଭଗବାନଙ୍କ କୃପାରୁ ସମସ୍ତେ ଭଲ ଅଛନ୍ତି । ଆପଣ ସମସ୍ତେ ପ୍ରାର୍ଥନା ଏବଂ ଆଶୀର୍ବାଦ କରନ୍ତୁ ।’

ସାଧାରଣତଃ ସୋସିଆଲ ମିଡିଆରେ ତମନ୍ନା ଭାଟିଆ ବହୁତ ଆକ୍ଟିଭ ରହିଥାନ୍ତି । ଲକ୍ଡାଉନ୍ ସମୟରେ ସେ ନିଜର ଦୈନନ୍ଦିନ କାର୍ଯ୍ୟକଳାପ ଏବଂ ଏକ୍ସରସାଇଜ ସେୟାର କରିଥାନ୍ତି । ଲକଡାଉନ୍ ସମୟରେ ସେ ନିଜ ଫିଟନେସ୍ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେଇଥିଲେ । ଯୋଗ କରିବାବେଳେ ସେ ସୋସିଆଲ ମିଡିଆରେ ନିଜର ଭିଡିଓ ମଧ୍ୟ ସେୟାର କରିଥିଲେ ।