Odia News Portal

ନିୟମିତ ବୁଟ ଖାଇବା ଦ୍ୱାରା ଏହି ସବୁ ଫାଇଦା ହୋଇଥାଏ

ପ୍ରାୟ ସମସ୍ତଙ୍କ ଘରେ କଳା ଚଣା ବା ବୁଟ ଖିଆଯାଏ। ଏହାକୁ ବତୁରାଇ ଖାଇବା ସ୍ୱାସ୍ଥ୍ୟ ପକ୍ଷେ ବହୁତ ହିତକର। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ପ୍ରତିଦିନ ସକାଳୁ ଗୋଟିଏ ମୁଠା ବୁଟ ଖାଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭକାରୀ। କିନ୍ତୁ ଅଧିକ ମାତ୍ରାରେ ଖାଇଲେ ପେଟ ସମସ୍ୟା ହୋଇପାରେ। ବତୁରାଯାଇଥିବା ବୁଟରେ ଅନେକ ପୋଷାକ ତତ୍ତ୍ୱ ଅଛି ଯାହା ଶରୀର ପାଇଁ ମହତ୍ତ୍ୱପୂର୍ଣ୍ଣ।

ଶାକାହାରୀଙ୍କ ପାଇଁ ପନିପରିବାରୁ ପ୍ରୋଟିନ ପ୍ରାପ୍ତ କରିବା ଏକ ବଡ ଚ୍ୟାଲେଞ୍ଜ। ସେଥିପାଇଁ ଶାକାହାରୀଙ୍କ ପାଇଁ ଏହା ବହୁତ ଲାଭଦାୟକ। ବୁଟରେ ଭରପୁର ମାତ୍ରାରେ ପ୍ରୋଟିନ ରହିଛି। ଏନିମିଆ ପୀଡିତଙ୍କ ପାଇଁ କଳା ବୁଟ ବହୁତ ଲାଭଦାୟକ। ବୁଟରେ ଭରପୁର ମାତ୍ରାରେ ଆୟରନ ରହିଛି ଯାହା ଶରୀରରେ ହେମୋଗ୍ଲୋବିନ ସ୍ଥର ସୁଧାରିବାରେ ସାହାଯ୍ୟ କରିଥାଏ।

ବତୁରା ହୋଇଥିବା ବୁଟରେ ଭରପୁର ମାତ୍ରାରେ ଫାଇବର ରହିଛି ଯାହା ପାଚନ ତନ୍ତ୍ରକୁ ମଜବୁତ କରିବାରେ ସାହାଯ୍ୟ କରିଥାଏ। ଏହା ଶରୀରରୁ ହାନିକାରକ ବିଷାକ୍ତ ପଦାର୍ଥ ବାହାର କରିବା ସହ ପାଚନ ତନ୍ତ୍ରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ। ନିୟମିତ ବୁଟ ଖାଇଲେ କୋଷ୍ଠକାଠିନ୍ୟ ସମସ୍ୟା ମଧ୍ୟ ଦୂର ହୋଇଥାଏ।