Odia News Portal

ଏହି କ୍ରିକେଟରଙ୍କ ଦିୱାନୀ ଦିଶା , ଜାଣିଲେ ଆଶ୍ଚର୍ଯ୍ୟ ହେବେ

ମୁମ୍ବାଇ() ଚର୍ଚ୍ଚାରେ ଅଭିନେତ୍ରୀ ଦିଶା ପଟ୍ଟାନୀ । ନିକଟରେ ଫିଲ୍ମର ଏକ ପ୍ରମୋସନାଲ୍ ଇଭେଣ୍ଟରେ ଦିଶା ନିଜ ଫେଭ୍ରେଟ୍ କ୍ରିକେଟରଙ୍କ ଖୁଲାସା କରିଥିଲେ। ଦିଶା ପୂର୍ବରୁ ମହେନ୍ଦ୍ର ସିଂହ ଧୋନୀଙ୍କ ବାୟୋପିକ୍ରେ ଅଭିନୟ କରିଥିଲେ। ଏଥିପାଇଁ ପ୍ରାୟତଃ ଲୋକେ ଭାବିଥିଲେ ଯେ, ଦିଶା ଧୋନୀଙ୍କ ନାଁ ନେବେ।

ହେଲେ ଦିଶାଙ୍କ ଫେଭ୍ରେଟ୍ କ୍ରିକେଟର ଧୋନୀ ବା ବିରାଟ କୋହଲୀ ନୁହଁନ୍ତି, ସେ ଜସ୍ପ୍ରିତ୍ ବୁମ୍ରାହଙ୍କର ବହୁତ ବଡ ଫ୍ୟାନ୍। ଦିଶାଙ୍କ ଅନୁସାରେ ସବୁଠାରୁ ଭଲ ଖେଳାଳୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଜସ୍ପ୍ରିତ୍।

ଦିଶାଙ୍କ ଅପକମିଂ ଫିଲ୍ମ “ମଲଙ୍ଗ” ର ଟ୍ରେଲର ଦର୍ଶକଙ୍କ ମଧ୍ୟରେ ହଇଚଇ ସୃଷ୍ଟି କରିଛି। ଏହି ଫିଲ୍ମରେ ଆଦିତ୍ୟ ରୟ କପୁର ଏବଂ ଦିଶା ପଟ୍ଟାନୀ ମୁଖ୍ୟ ଭୂମିକାରେ ଅଭିନୟ କରିବେ।

ଏହି ଯୋଡିକୁ ପ୍ରଥମଥର ପାଇଁ ପରଦାରେ ଦେଖିବାକୁ ମିଳିବ। ଏହି ଫିଲ୍ମ ରିଲିଜ ହେବା ନେଇ ଫ୍ୟାନ୍ସ ବେଶ୍ ଉତ୍ସାହିତ ଅଛନ୍ତି । ଫେବୃଆରୀ ମାସ ୭ ତାରିଖ, ଭାଲେଣ୍ଟାଇନ ୱିକ୍ରେ ଫିଲ୍ମଟି ରିଲିଜ ହେବ ।