Odia News Portal

ସୋସିଆଲ ମିଡିଆର ଶିକାର ହେଲେ ରାନୁ

ମୁମ୍ବାଇ () ରାନୁମଣ୍ଡଳଙ୍କ ପ୍ରତିଭା ତାଙ୍କୁ ଆଜି ଏକ ନୂଆ ଜୀବନ ଦେଇଛି । ହିମେଶ ରେଶମିଆଙ୍କ ସହ ସେ ତାଙ୍କର ୩ୟ ଗୀତ ରେକର୍ଡିଂ ମଧ୍ୟ ସାରିଛନ୍ତି । ରାନୁଙ୍କ ଏକ ଫଟୋ ପୁଣି ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି । ଏହି ଫଟୋରେ ରାନୁଙ୍କୁ ଖୋଦ ଲତା ମଙ୍ଗେସ୍କର ଆଶୀର୍ବାଦ ପ୍ରଦାନ କରୁଛନ୍ତି ।

ରାନୁଙ୍କ ପ୍ରତିଭାକୁ ଦେଖି ରାନୁଙ୍କୁ ଲତା ମଙ୍ଗେସ୍କର ଡାକି ତାଙ୍କ ସହ ଏକ ଗୀତ ରେକର୍ଡିଂ କରିଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି । ଗୀତ ରେକର୍ଡିଂ ପରେ ରାନୁଙ୍କ ମୁଣ୍ଡରେ ଲତା ମଙ୍ଗେସ୍କର ହାତରଖି ଆଶୀର୍ବାଦ ଦେଇଥିଲେ ।

ତେବେ  ଫଟୋଟି ପ୍ରକୃତରେ ଲତା ମଙ୍ଗେସ୍କର ଏବଂ ଆଶା ଭୋଁସଲେଙ୍କ ମୂଳଫଟୋକୁ ଏଡିଟିଂ କରାଯାଇଛି । ମୂଳ ଫଟୋରେ ଆଶା ଭୋଁସଲେଙ୍କୁ ଲତା ମଙ୍ଗେସ୍କର ଆଶୀର୍ବାଦ ପ୍ରଦାନ କରୁଛନ୍ତି । ଏଡିଟିଂ ମାଧ୍ୟମରେ ଆଶା ଭୋଁସଲେଙ୍କ ମୁଣ୍ଡଟିକୁ ହଟେଇ ସେଠାରେ ରାନୁ ମଣ୍ଡଳଙ୍କ ମୁଣ୍ଡକୁ ଖଞ୍ଜି ଦିଆଯାଇଛି ।

ରାନୁମଣ୍ଡଳ ଚର୍ଚ୍ଚାକୁ ଆସିବା ପରଠୁ ତାଙ୍କୁ ନେଇ ଏଭଳି ଗୁଜବ ଓ ମିଛ ପ୍ରଚାର ହେବାରେ ଲାଗିଛି । କେବଳ ଘୋଟିଏ ବା ଦୁଇଟି ଘଟଣା ନୁହେଁ । ପ୍ରଦିଦିନ ରାନୁ ମଣ୍ଡଳଙ୍କୁ ନେଇ ନୂଆ ନୂଆ କାହାଣୀ ସୋସିଆଲ ମିଡିଆରେ ସୃଷ୍ଟି ହେଉଛି ।