Odia News Portal

କେମିତି ପାଇବେ ଥାଇରଏଡରୁ ମୁକ୍ତି

ଆଜିକାଲି ମହିଳାମାନଙ୍କ ଠାରେ ଥାଇରଏଡ ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଦେଉଛି । ଆଜିକାର ଜୀବନ ଶୈଳୀ ଏହାର ମୁଖ୍ୟ କାରଣ ପାଲଟିଥିବାବେଳେ ଏଥିରୁ ମୁକ୍ତି ପାଇଁ ଅନେକ ମୂଲ୍ୟରେ ଡାକ୍ତରୀ ଚିକିତ୍ସା କରି ଖର୍ଚ୍ଚାନ୍ତ ହେବାକୁ ପଡୁଛି । ତେବେ ଏହି ସମସ୍ୟାର ପ୍ରାଥମିକ ଅବସ୍ଥାରେ ଯଦି କିଛି ଘରୋଇ ଉପଚାର ଆପଣାଇ ପାରିବେ ତେବେ ଥାଇରଏଡ ଯନ୍ତ୍ରଣାରୁ ସହଜରେ ମୁକ୍ତି ମିଳିପାରିବ ।

ରକ୍ତରେ ଥାଇରକ୍ସିନ୍ ହରମୋନର ମାତ୍ରା ଅବାଶ୍ୟକତା ଠାରୁ ଅଧିକ ହେଲେ ଥାଇରଏଡ ସମସ୍ୟା ଦେଖାଯାଇଥାଏ । ଶରୀରରେ ପ୍ରତିରୋଧକ ଶକ୍ତି କମିଗଲେ , ଔଷଧର ସାଇଡ ଇଫେକ୍ଟ, ଖାଦ୍ୟରେ ଆୟୋଡିନର ଅଭାବ, ଗଳା ଫୁଲିବା, ଓଜନ କମିବା, ଅତ୍ୟଧିକ ଝାଳ ବହିବା, ଋତୁସ୍ରାବରେ ଅନିୟମିତତା, ଓ ହାଲିଆ ଲାଗିବା ଆଦି ସମସ୍ୟା ଦେଖାଯାଏ । ଏଥିପାଇଁ ଡାକ୍ତରୀ ପରାମର୍ଶ ତ କରିବେ ହେଲେ ପ୍ରାଥମିକ ଅବସ୍ଥାରେ କିଛି ଘରୋଇ ଘରୋଇ ଉପଚାର କରିପାରିଲେ ଏହି ରୋଗ ପ୍ରତିହତ ହୋଇପାରିବ । ତେବେ ଜାଣିବା କିଛି ଘରୋଇ ଉପାୟ ।

ପ୍ରତିଦିନ ତେଜପତ୍ରକୁ ଫୁଟାଇ ପ୍ରସ୍ତୁତ ଚା’ ପିଅନ୍ତୁ ।

ନଡିଆ ତେଲ ଉଷୁମ କରି କ୍ଷୀର ସହ ଖାଲି ପେଟରେ ପିଅନ୍ତୁ ।

ଅଦାରେ ଆଣ୍ଟି-ଇନଫ୍ଲେମଟରି ଗୁଣ ଥିବାରୁ ଏହାକୁ ଫୁଟାଇ ପିଇଲେ ମଧ୍ୟ ଅନେକାଂଶରେ ଥାଇରଏଡରୁ ଉପଶମ ମିଳିଥାଏ ।

ଏହାର ଆଉ ଏକ ବଡ ପଥି ହେଉଛି ଧନିଆ ପତ୍ର ରସ । ପ୍ରତିଦିନ ଧନିଆ ପତ୍ରର ରସରୁ ୨୫ ଗ୍ରାମ ପିଇଲେ ଏହା ଥାଇରଏଡରୁ ମୁକ୍ତି ଦିଏ । ଏହାକୁ ଅନ୍ୟୁନ ୩ ମାସ ଖାଲିପେଟରେ ସେବନ କଲେ ସୁଫଳ ମିଳେ ।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଥାଇରଏଡକୁ ଏଡାଇବାକୁ ଚାହିଁଲେ ଥଣ୍ଡା ଜାତୀୟ ଖାଦ୍ୟରୁ ଦୂରେଇ ରୁହନ୍ତୁ  ।ଏହା ସହ ଉଷୁମ ପାଣିରେ ଗାଧୋଇବାକୁ ଚେଷ୍ଟା କରନ୍ତୁ ।