ମାୟାଜାଲରେ ଫସାଉଛନ୍ତି । ଭୟ ଦେଖାଇ ଲୁଟୁଛନ୍ତି ପୁଲାପୁଳା ଟଙ୍କା ।ସୋସିଆଲ ମିଡିଆ , ମ୍ୟାଟ୍ରୋମୋନି ସାଇଟରେ ଚିହ୍ନା ପରିଚିତ, ବନ୍ଧୁତା, ପ୍ରେମ । ଆଉ ତାପରେ ପଡିଯାଆନ୍ତି ହନିଟ୍ରାପରେ । ଯୁବତୀ ହୁଅନ୍ତୁ କିମ୍ବା ଯୁବକ କେହି ବି ବାଦ ପଡୁନାହାଁନ୍ତି ଏଥିରୁ । ଏମିତି ପ୍ରତିଦିନ ଘଟଣା ଘଟୁଛି। ଶହ ଶହ ଯୁବକ ଯୁବତୀ ଶିକାର ହେଉଥିଲେ ମଧ୍ୟ ଲୋକଲଜ୍ଜା ଭୟରେ ଅଭିଯୋଗ କରିବାକୁ ଆସିପାରୁ ନାହାନ୍ତି। ହନିଟ୍ରାପର ମାୟାଜାଲ ବିଛାଇଛନ୍ତି ସାଇବର ଠକ। କାହାକୁ, କେମିତି, କେତେବେଳେ ଟାର୍ଗେଟ କରାଯିବ ତାହାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି ଅଦୃଶ୍ୟ ଅପରାଧୀ। ଏବେ ମାଟ୍ରିମୋନି ସାଇଟ୍, ଆପ୍କୁ ବେଶି ଅସ୍ତ୍ର କରିଛନ୍ତି
ହ୍ବାଟ୍ସଆପ୍, ମେସେଞ୍ଜର ଭଳି ସୋସିଆଲ୍ ମିଡିଆରେ ଚାଟିଂ ପରେ ସମ୍ପର୍କ ଆଗକୁ ବଢ଼ୁଛି। କିଛିଦିନ ଧରି ବନ୍ଧୁତା ପରେ ପ୍ରେମ ସମ୍ପର୍କରେ ପରିଣତ ହୋଇଯାଉଛି। ନିଜକୁ ବିଦେଶରେ ଡାକ୍ତର, ଇଞ୍ଜିନିୟର, ଉଚ୍ଚ ପଦାଧିକାରୀ ଦର୍ଶାଇ ସମ୍ପର୍କ ବଢ଼ାଉଥିବା ଠକ ଦାମୀ ଗିଫ୍ଟର ଲୋଭ ଦେଖାଉଛି।
Sign in
Sign in
Recover your password.
A password will be e-mailed to you.