Odia News Portal

ଏଣିକି କେବୁଲରେ ଉପଲବ୍ଧ ହେବ ଟିଭି ଚ୍ୟାନେଲ,ଇଣ୍ଟରନେଟ ସୁବିଧା

ଭୁବନେଶ୍ୱର: ଓଡିଶାରେ ପ୍ରଥମ ଥର ପାଇଁ ଆରମ୍ଭ ହେବ ଗୋଟିଏ କେବୁଲରେ ଇଣ୍ଟରନେଟ ଏବଂ ଟିଭିଚ୍ୟାନେଲ । ଏହି ସୁବିଧାକୁ ପ୍ରେସ କ୍ଲବଠାରେ ଅନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଛନ୍ତି ଅଭିନେତା ସବ୍ୟସାଚୀ ମିଶ୍ର । ଏହା ଦ୍ୱାରା ଓଡିଶାବାସୀ କମ ମୂଲ୍ୟରେ ଓ ବିନା ପ୍ରତିବନ୍ଧକରେ ଉଭୟ ଟିଭି ଓ ଇଣ୍ଟରନେଟ ପାଇପାରିବେ ।
ଏସଏସ କେବୁଲର ପ୍ରତିଷ୍ଠାତା ସୁଶାନ୍ତ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ଉପସଭାପତି ସଞ୍ଜୟ ଦାସ, ମୁଖ୍ୟ ପରିଚାଳକ ପଙ୍କଜ ଦତ୍ତ ଯୋଗଦେଇ ଅନ୍ୟ ଅପରେଟର ମାନଙ୍କ ଠାରୁ ଶସ୍ତା, ସୁନ୍ଦର ଓ ଅଧିକ ସେବା ଏହି କେବୁଲରେ ପାଇପାରିବେ ବୋଲି ମତ ଦେଇଥିଲେ । ଉତ୍ସବରେ ଓଡ଼ିଶାର ଏଲ୍ ସି ଓ ଯୋଗ ଦେଇ ସେମାନେ କେବୁଲ ନେଟୱାର୍କରେ ସମ୍ମୁଖୀନ ହେଉଥିବା ସମସ୍ୟାକୁ ଏସଏସ କେବୁଲନେଟ ଓ ଏନଏସଟି ଡିଜିଟାଲ ସମାଧାନ କରିବା ସହ ଉପଯୁକ୍ତ ସେବା ଦେବା ବୋଲି ଆଶା ପ୍ରକଟ କରିଥିଲେ । ଏହି ଅବସରରେ ସମସ୍ତ ଏଲ୍ ସି ଓ ଙ୍କୁ ସମ୍ନାନିତ କରିଥିଲେ ।