Odia News Portal

ଇଡିର ସମନ, ହାଜର ହେଲେନି ଜ୍ୟାକଲିନ୍

ମୁମ୍ବାଇ: ୨୦୦ କୋଟି ଟଙ୍କା ଠକେଇ ଘଟଣାରେ କୋନ୍ମ୍ୟାନ୍ ସୁକେଶ ଚନ୍ଦ୍ରଶେଖରଙ୍କ ସହ ସମ୍ପୃକ୍ତି ଥିବା ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦେଶାଳୟରେ ହାଜର ହେବା ନିମନ୍ତେ ପାଇଥିବା ସମନ୍କୁ ବଲିଉଡ୍ ଅଭିନେତ୍ରୀ ଜାକ୍ୟୁଲିନ୍ ଫର୍ଣ୍ଣାଣ୍ଡିଜ୍ ଆଜି ଏଡ଼ାଇ ଦେଇଛନ୍ତି। ଗତକାଲି ମଧ୍ୟ ସେ ‘ଇଡି’ର ସମନ ଏଡ଼ାଇ ଦେଇଥିଲେ। ଏହାକୁ ମିଶାଇ, ଏହି ମାମଲାରେ ପଚରା ଉଚରା ପାଇଁ ତାଙ୍କ ପାଖକୁ ପଠାଯାଇଥିବା ସମନ୍କୁ ସେ ୩ଥର ଏଡ଼ାଇ ଦେଲେଣି।

କେତେକ ବୃତ୍ତିଗତ ଦାୟବଦ୍ଧତା କାରଣରୁ ତଦନ୍ତରେ ଯୋଗ ଦେବାକୁ ଅସମର୍ଥା ବୋଲି ସେ ତଦନ୍ତକାରୀମାନଙ୍କୁ ସୂଚନା ଦେଇଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି। ଆଗାମୀ ସୋମବାର ଦିନ ତାଙ୍କୁ ଦିଲ୍ଲୀସ୍ଥିତ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ରେ ହାଜର ହେବାକୁ ନିର୍ଦେଶ ଦିଆଯାଇଛି।

ଆସନ୍ତା ମାସ ପ୍ରଥମ ସପ୍ତାହ ପର୍ୟ୍ୟନ୍ତ ପଚରା ଉଚରା ସ୍ଥଗିତ ରଖିବା ଲାଗି ସେ ‘ଇଡି’ ଅଧିକାରୀମାନଙ୍କୁ ଗତକାଲି ଅନୁରୋଧ କରିଥିଲେ। କିନ୍ତୁ, ଅଧିକାରୀମାନେ ଯଥାଶୀଘ୍ର ସମ୍ଭବ ତାଙ୍କୁ ପଚରା ଉଚରା କରିବାକୁ ଚାହାଁନ୍ତି।