Odia News Portal

ମାଆ ହେବାକୁ ଯାଉଛନ୍ତି କାଜଲ

ମା ହେବାକୁ ଯାଉଛନ୍ତି ସୁନ୍ଦରୀ ନାୟିକା କାଜଲ ଅଗ୍ରଓ୍ଵାଲ। ଏହି ଖୁସି ଖବର ତାଙ୍କ ସ୍ୱାମୀ ଗୌତମ କିଚଲୁ ସୋସିଆଲ ମିଡିଆରେ ଏକ ପୋଷ୍ଟ ଜରିଆରେ ଖବର ଦେଇଛନ୍ତି। ତାଙ୍କ ପୋଷ୍ଟରୁ ଜଣାପଡୁଛି ଯେ କାଜଲ ଗର୍ଭବତୀ ଅଛନ୍ତି ଏବଂ ତାଙ୍କ ବେବି ୨୦୨୨ରେ ହିଁ ଆସିବାକୁ ଯାଉଛି। ନୂଆବର୍ଷର ପ୍ରଥମ ଦିନରେ ହିଁ ଦୁହେଁ ଏହି ଖବର ନିଜ ଫ୍ୟାନ୍ସଙ୍କ ସହ ସେୟାର କରିଛନ୍ତି।
ଗୌତମ କାଜଲଙ୍କର ଏକ ସୁନ୍ଦର ଫଟୋ ସେୟାର କରି ଏହି ଖବରର ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ୨୦୨୨ରେ ଏପରି ଦେଖାଯାଉଛ। ଏହାସହିତ ସେ ଏକ ପ୍ରେଗନାଣ୍ଟ ମହିଳାଙ୍କ ଇମୋଜି ଦେଇଛନ୍ତି।