Odia News Portal

ଅଭିନେତ୍ରୀ କ୍ୟାଟ୍ରିନା କୈଫ କରୋନା ପଜିଟିଭ୍

ପଜିଟିଭ୍ ଚିହ୍ନଟ ପରେ ହୋମ୍ କ୍ଵାରେଣ୍ଟାଇନରେ କ୍ୟାଟ୍ରିନା |

ମୁମ୍ବାଇ: ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ତେବେ ବଲିଉଡ ଇଣ୍ଡଷ୍ଟ୍ରିକୁ ମଧ୍ୟ କରୋନା ଗ୍ରହଣ ଗ୍ରାସ କରିଛି । ଗତ କିଛି ଦିନ ମଧ୍ୟରେ ବଲିଉଡ କଳାକାର ଲଗାତାର କରୋନା ପଜିଟିଭ ହେଉଥିବା ଖବର ସାମ୍ନାକୁ ଆସୁଛି । ପ୍ରଥମେ ରଣବୀର କପୁର,ସଞ୍ଜୟଲୀଲା ଭନସାଲି,ଅକ୍ଷୟ କୁମାର, ଗୋବିନ୍ଦା, ବିକ୍କି କୌଶଲ, ଭୂମି ପେଡନେକର, ଆଲିଆ ଭଟ୍ଟ, ରଣବୀର କପୁର, ନିର୍ଦ୍ଦେଶକ ସଞ୍ଜୟ ଭନସାଲି, ଗାୟକ ଆଦିତ୍ୟ ନାରାୟଣ, କମେଡିଆନ କୁନାଲ କାମରା, ସଶାଙ୍କ ଖୈତାନ ଆଦି ସଂକ୍ରମିତ ହୋଥିବା ବେଳେ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ ହୋମ୍ କ୍ଵାରେଣ୍ଟାଇନରେ ଥିବା ସୂଚନା ମିଳିଛି ।

କ୍ୟାଟ୍ରିନା ନିଜ ଇନଷ୍ଟାଗ୍ରାମ ଷ୍ଟେଟସ ଜରିଆରେ କରୋନା ସଂକ୍ରମିତ ହୋଇଥିବା ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ଯେ ତାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି ଏବଂ ସେ ନିଜକୁ ଆଇସୋଲେଟ କରିଛନ୍ତି। ଡାକ୍ତରଙ୍କ ପରାମର୍ଶ କ୍ରମେ ସେ କୋଭିଡ ନିୟମ ପାଳନ କରୁଛନ୍ତି ବୋଲି କହିଛନ୍ତି। ତାଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କୁ କରୋନା ଯାଞ୍ଚ କରାଇବାକୁ ସେ ଅପିଲ କରିଛନ୍ତି। ଏହାସହ ସେ ପ୍ରଶଂସକଙ୍କ ସ୍ନେହ ଓ ସମର୍ଥନ ପାଇଁ ଧନ୍ୟବାଦ ଜଣାଇଛନ୍ତି।