Odia News Portal

ଅଧିକ ଗରମ ପାଣି ପିଉଛନ୍ତି କି, ହୋଇଯାଆନ୍ତୁ ସାବଧାନ

ସାଧାରଣତଃ ସକାଳୁ ସକାଳୁ ଗୋଟିଏ ଗ୍ଲାସ୍‌ ଉଷୁମ ପାଣିରେ ଲେମ୍ବୁ ରସ ପକାଇ ପିଇବା ଆଜିକାଲିର ଟ୍ରେଣ୍ଡ ହୋଇଗଲାଣି। ୱେଟ ଲସ୍‌ ନିମନ୍ତେ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି କମନ୍‌ ମ୍ୟାନ୍‌ ବି ଏହାକୁ ଫଲୋ କରୁଛନ୍ତି। ଏପରିକି କିଛି ଲୋକ ଅଛନ୍ତି, ଯେଉଁମାନେ  ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ ହୋଇ ଦିନରେ ଅଧିକାଂଶ ସମୟରେ ଲେମ୍ବୁ ପାଣି ପିଇବାକୁ ପସନ୍ଦ କରିଥାନ୍ତି। କେବଳ ୱେଟ ଲସ୍‌ ନୁହେଁ,  ପାଚନ ସମସ୍ୟା, ଡିହାଇଡ୍ରେସନ ମଧ୍ୟ ଏହାଦ୍ୱାରା ଦୂର ହୋଇଯାଏ।  ହେଲେ ଜାଣିଛନ୍ତି କି, ସବୁ ଜିନିଷର ଅତିର ପରିଣାମ କେବେ ଭଲ ହୋଇ ନ ଥାଏ। ସେହିପରି ଅଧିକ ଲେମ୍ବୂ ପାଣି ପିଇଲେ ଆପଣଙ୍କୁ  ଏହାର ସାଇଡ ଇଫେକ୍ଟ ଭୋଗିବାକୁ ପଡ଼ିପାରେ।

ଆମେରିକାର ଡେଣ୍ଟାଲ ଆସୋସିଏନ କରିଥିବା ସର୍ଭେ ଅନୁଯାୟୀ, ଲେମ୍ବୁ ବହୁତ ଅଧିକ ଖଟା ହୋଇଥାଏ। ସେଥି ନିମନ୍ତେ ଦିନରେ ବହୁ ଥର ଏହା ଦାନ୍ତରେ ବାଜିବା ଦ୍ୱାରା ଦାନ୍ତ ଏହାଦ୍ୱାରା କ୍ଷତିଗ୍ରସ୍ତ ହୋଇଥାଏ । ଏହାଦ୍ୱାରା ଦାନ୍ତର ଇନେମଲ ଖରାପ ହୋଇଥାଏ। ତେଣୁ ଆପଣ ଯଦି ଦିନରେ ବାରମ୍ବାର ଲେମ୍ବୁ ପାଣି ପିଇବାରେ ଅଭ୍ୟସ୍ତ, ତେବେ ଆପଣ ଏଥିନିମନ୍ତେ ଷ୍ଟ୍ର ବ୍ୟବହାର କରିପାରିବେ। ଏହାଦ୍ୱାରା ଆପଣଙ୍କ ଦାନ୍ତ ସିଧାସଳଖ ଏସିଡ ସମ୍ପର୍କରେ ଆସିବ ନାହିଁ। ଲେମ୍ବୁ ପାଣି ପିଇବା ପରେ ତୁରନ୍ତ ବ୍ରଶ୍‌ କରନ୍ତୁ ନାହିଁ। କିନ୍ତୁ ଏହାପରେ ଆପଣ ଏକ ଗ୍ଲାସ୍‌ ସାଧା ପାଣି ପିଇପାରିବେ।

ଲେମ୍ବୁ ପାଣି ପେଟ ପାଇଁ ଅମୃତ ସମାନ ହୋଇଥାଏ। ହେଲେ ଏହାକୁ ଅଧିକ ଚିପୁଡ଼ିବା ଦ୍ୱାରା ପେଟରେ ଗ୍ୟାଷ୍ଟ୍ରୋଓସୋଫେଗଲ ରିଫ୍ଲକ୍ସ ରୋଗ ଏବଂ ଏସିଡ ରିଫ୍ଲକ୍ସ  ଆଦି ସମସ୍ୟା ଦେଖାଦେଇଥାଏ। ଏଥିଯୋଗୁ ଛାତି ଜଳାପୋଡ଼ା, ବାନ୍ତି ଲାଗିବା ପରି ଲକ୍ଷଣ ଦେଖାଦିଏ।