Odia News Portal

କ୍ୟାନ୍ସରକୁ ମାତ ଦେଲେ ବଲିଉଡ ଅଭିନେତା

ବଲିଉଡର ପ୍ରସିଦ୍ଧ ଅଭିନେତା ମହେଶ ମାଞ୍ଜରେକର କିଛି ମାସ ତଳେ କ୍ୟାନ୍ସର ପୀଡିତ ଥିବା ନେଇ ଏକ ଖବର ପ୍ରକାଶିତ ହୋଇଥିଲା । କିନ୍ତୁ ଦୁଇଟି ସର୍ଜରୀ କରାଯିବା ପରେ ସେ କ୍ୟାନ୍ସର ମୁକ୍ତ ଥିବା ନେଇ ଏକ ଖବର ପ୍ରକାଶ ପାଇଛି । ପ୍ରକୃତରେ କ୍ୟାନ୍ସର ହୋଇଥିବା ନେଇ ଦୁଇ ମାସ ତଳେ କରାଯାଇଥିବା ଏକ ଅପରେସନ ପରେ ମହେଶଙ୍କ ଅବସ୍ଥା ସମ୍ପୂର୍ଣ୍ଣ ସୁସ୍ଥ ଅଛି ।  ଏହି ସର୍ଜରୀ ୨ ମାସ ତଳେ ଓ ମୁମ୍ବାଇର ଏଚଏନ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲରେ କରାଯାଇଥିଲା । ଏହାର କିଛି ଦିନ ପର୍ଯ୍ୟନ୍ତ ହସ୍ପିଟାଲରେ ଭର୍ତ୍ତି ବି ଥିଲେ ମହେଶ । ଏବାବଦରେ ନିଜେ ମହେଶ ହିଁ ସୂଚନା ଦେଇଥିଲେ ।  ନିଜ ଫିଲ୍ମର ଶେଷ ଟ୍ରେଲର ରିଲିଜ ହେବା ସମୟରେ ହିଁ ଏବାବଦରେ ସେ ସୂଚନା ଦେଇଥିଲେ ।  ଏହି ସମୟରେ ସେ କହିଥିଲେକି, ଏକ ସମୟରେ ତାଙ୍କର ପାଖାପାଖି ୩୫ କିଲୋଗ୍ରାମ ଓଜନ କମିଯାଇଥିଲା  ଅନ୍ୟ ପକ୍ଷରେ ମହେଶଙ୍କ ଏକ ବୟାନ ସମସ୍ତଙ୍କୁ ଚକିତ କରିଛି ।  ସେ କହିଛନ୍ତିଯେ ତାଙ୍କୁ କ୍ୟାନ୍ସର ହୋଇଛି ସେ ବିଷୟରେ ଜାଣିବା ପରେ ବି ସେ ଆଦୌ ଭୟବିତ ହୋଇନଥିଲେ ।  ସେ ଏହାକୁ ସ୍ୱୀକାର କରି ନେଇଥିଲେ | କିନ୍ତୁ ଏହା ସହ ମୁକାବିଲା କରିବା ପରେ ସେ ଆଜି କ୍ୟାନ୍ସର ମୁକ୍ତ ହୋଇଛନ୍ତି ଆଉ ଜୀବନର ଏହି କଠିନ ସମସ୍ୟାକୁ ଅତିକ୍ରମ କରିଛନ୍ତି ।  ଏହି ସମୟରେ ତାଙ୍କ ପରିବାର ଲୋକେ ତାଙ୍କୁ ଖୁବ ସାହାଯ୍ୟ ସହଯୋଗ କରିଛନ୍ତି ।  ତେଣୁ ତାଙ୍କର ସେମିତି କୌଣସି ସମସ୍ୟା ହୋଇନଥିଲା ।