Odia News Portal

ବିବାହର ଗୋଟିଏ ମାସ ପରେ ସମ୍ପର୍କରେ ଫାଟ

ମୁମ୍ବାଇ ()  ଅଭିନେତ୍ରୀ ସୁସ୍ମିତା ସେନ୍ଙ୍କ ଭାଇ ରାଜୀବ ସେନ ଏବଂ ସ୍ତ୍ରୀ ଚାରୁ ଅସୋପାଙ୍କ ସମ୍ପର୍କରେ ଫାଟ। ବିବାହର ମାତ୍ର ଗୋଟିଏ ମାସ ପରେ ସେମାନଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା ନେଇ ଚର୍ଚ୍ଚା ହେଉଛି। ଏହା ପଛର କାରଣଟି ହେଲା ଉଭୟ ଉଭୟଙ୍କୁ ଇନ୍ଷ୍ଟାଗ୍ରାମରେ ଅନ୍ଫଲୋ କରିଛନ୍ତି। ଏପରିକି ନିଜ ନିଜର ଫଟୋକୁ ମଧ୍ୟ ବଦଳାଇଛନ୍ତି। ଗୋଟେ ବର୍ଷର ରିଲେସନଶିପ୍ରେ ରହିବା ପରେ ଉଭୟ ବିବାହ କରିବାର ନିଷ୍ପତ୍ତି ନେଇଥିଲେ। ଚଳିତ ବର୍ଷ ଜୁନ ୧୬ ତାରିଖରେ ରାଜସ୍ଥାନୀ ଏବଂ ବଙ୍ଗାଳୀ ପରମ୍ପରାନୁଯାୟୀ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।

ରାଜୀବ ଓ ଚାରୁଙ୍କ ହନିମୁନ୍ର ଫଟୋ ସୋସିଆର ମିଡିଆରେ ବେଶ ହଇଚଇ ସୃଷ୍ଟି କରିଥିଲା। ଉଭୟ ପରସ୍ପରଙ୍କର ଅନେକ ହଟ୍ ଓ ବୁଲାବୁଲିର ଫଟୋ ସେୟାର କରିଛନ୍ତି। ବିବାହ ପରେ କିଛି ଦିନ ଯାଏଁ ଉଭୟ ବେଶ ଚର୍ଚ୍ଚାରେ ଥିଲେ।

ହେଲେ ନିକଟରେ ଜଣା ପଡିଛି ଯେ, ଉଭୟଙ୍କ ସମ୍ପର୍କରେ କିଛି ଫାଟ ସୃଷ୍ଟି ହୋଇଛି। ଚାରିଆଡେ ଦୁହେଁଙ୍କ ଝଗଡା ନେଇ ଏବେ ଚର୍ଚ୍ଚା ଚାଲିଛି। କାରଣ ଚାରୁ ଓ ରାଜୀବ ସୋସିଆଲ ମିଡିଆରେ ଦର୍ଶକଙ୍କୁ ନିଜ ଝଗଡାର ସୂଚନା ଦେଇଛନ୍ତି।