Odia News Portal

ଖୁବଶୀଘ୍ର ଓଟିଟି ପ୍ଲାଟଫର୍ମରେ ପିଏମ ନରେନ୍ଦ୍ର ମୋଦୀ

ବିବେକ ଓବ୍ରାଇଙ୍କ ଅଭିନୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନୀ ‘ପିଏମ ନରେନ୍ଦ୍ର ମୋଦୀ’ ଖୁବଶୀଘ୍ର ଓଟିଟି ପ୍ଲାଟଫର୍ମରେ ଷ୍ଟ୍ରିମିଂ ହେବାକୁ ଯାଇଛି । ‘ପିଏମ ନରେନ୍ଦ୍ର ମୋଦୀ’ ସେପ୍ଟେମ୍ବର ୨୩ ତାରିଖରେ ଏମଏକ୍ସ ପ୍ଲୋୟାରରେ ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମ ବାବଦରେ ବିବେକ କହିଛନ୍ତି କି “ମୁଁ ଆମ ପ୍ରଧାନମନ୍ତ୍ରୀଙ୍କୁ ବହୁତ ସମ୍ମାନ କରେ ଓ ଏହା ମୋ ପାଇଁ ଗୌରବର କଥା କି ମୋତେ ଏହି ସିନେମା ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଜୀବନ କାହାଣୀ ଦେଶବାସୀଙ୍କୁ କହିବାର ସୁଯୋଗ ମିଳିଛି ।”

ସେ ଆହୁରି କହିଛନ୍ତି କି ଏହି ସିନେମା ମାଧ୍ୟମରେ ଲୋକେ ଜାଣିବାକୁ ପାଇବେ କି ଅନ୍ୟମାନେ ଠିକ କରି ଆଗକୁ ଯାଉଥିବା ବେଳେ ନରେନ୍ଦ୍ର ମୋଦୀଙ୍କ ଗୋଟିଏ ଭୂଲ ତାଙ୍କୁ କିଭଳି ଗୁଜୁରାଟର ମୁଖ୍ୟମନ୍ତ୍ରୀ କରିଦେଇଥିଲା । ଏହାସହ ପ୍ରଧାନମନ୍ତ୍ରୀ ହେବା ପାଇଁ ତାଙ୍କର ସଂଘର୍ଷର କାହାଣୀ ଏହି ସିନେମା ମାଧ୍ୟମରେ ଲୋକେ ଜାଣିବାକୁ ପାଇବେ ବୋଲି ସେ କହିଛନ୍ତି ।