Odia News Portal

ବିବାହ ପାଇଁ ପ୍ରସ୍ତୁତି ଚାଲିଛି

ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ଏବଂ ଭିକି କୌଶଲଙ୍କ ବିବାହକୁ ନେଇ ଚର୍ଚ୍ଚା ଥମୁନାହିଁ। ପ୍ରତିଦିନ ଏହି ଯୋଡ଼ିଙ୍କ ବିବାହକୁ ନେଇ ନୂଆ ନୂଆ ଖବର ଶୁଣିବାକୁ ମିଳୁଛି। ଯେମିତି ବିବାହ ଠାରୁ ଆରମ୍ଭ କରି ମେହେନ୍ଦୀ, ସଙ୍ଗୀତ ଯାଏଁ ସମସ୍ତ ପ୍ରକାରର ପ୍ରସ୍ତୁତି ନେଇ ଖବର ଆସୁଛି । ବର୍ତ୍ତମାନ ଉଭୟେ କେମିତିକା ଡ୍ରେସ୍‌ ପିନ୍ଧିବେ, କେମିତି ଜୁଏଲାରୀ ପିନ୍ଧିବେ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ହେଲେ ଏହାକୁ ନେଇ ପ୍ରଶଂସକମାନଙ୍କ ମଧ୍ୟରେ ନାନା ପ୍ରଶ୍ନ ଉଙ୍କି ମାରୁଛି। ସମସ୍ତେ ଜାଣନ୍ତି କି ଏମାନେ ବିବାହରେ ଡିଜାଇନର ସବ୍ୟସାଚୀଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଡ୍ରେସ୍‌ ପିନ୍ଧି ବେଦୀରେ ବସିବେ।

ହେଲେ ବର୍ତ୍ତମାନ କୁହାଯାଉଛି କି ଉଭୟ ବିବାହରେ ଫ୍ୟାଶନ ଡିଜାଇନର ସବ୍ୟସାଚୀଙ୍କ ଦ୍ୱାରା ପ୍ରସ୍ତୁତ ସମସ୍ତ ଡ୍ରେସ୍‌ ପିନ୍ଧିବେ ନାହିଁ। ଏବେ ଏହି ଲଭ୍‌ବାର୍ଡ ସେମାନଙ୍କ ମତ ବଦଳାଇଛନ୍ତି। ମେହେନ୍ଦୀରେ କ୍ୟାଟ୍‌ ଆବୁ ଜାନିଙ୍କ ଦ୍ୱାରା ପ୍ରସ୍ତୁତ ଏକ ଡ୍ରେସ୍‌ ପିନ୍ଧିବାକୁ ଯାଉଥିବା ବେଳେ ମନୀଷ ମାଲହୋତ୍ରାଙ୍କ ଦ୍ୱାରା ପ୍ରସ୍ତୁତ ଡ୍ରେସ୍‌ ସଙ୍ଗୀତରେ ପିନ୍ଧିବେ। ରିସେପ୍ସନରେ ଗୁଚିଙ୍କ ଦ୍ୱାରା ପ୍ରସ୍ତୁତ ଡ୍ରେସ୍‌ ପିନ୍ଧିବେ। ସେହିପରି ଭିକି ମେହେନ୍ଦୀ ଏବଂ ସଙ୍ଗୀତରେ କୁନାଲ ରାଓ୍ବଲ ଏବଂ ରାଘବେନ୍ଦ୍ର ରାଠୋରଙ୍କ ଦ୍ୱାରା ପ୍ରସ୍ତୁତ ଡ୍ରେସ୍‌ ପିନ୍ଧିବେ। ଭିକି ବିବାହ ଦିନ ସବ୍ୟସାଚୀଙ୍କ ଦ୍ୱାରା ପ୍ରସ୍ତୁତ ଡ୍ରେସ୍‌ ପିନ୍ଧିବେ ବୋଲି ଏଭଳି ଖବର ଶୁଣିବାକୁ ମିଳୁଛି ।