Odia News Portal

‘ବିଗବସ୍‌ ୧୬’ରେ ନଜର ଆସିବେ ଶିଳ୍ପାଙ୍କ ସ୍ୱାମୀ ରାଜ କୁନ୍ଦ୍ରା

ସଲମାନ ଖାନ ପୁଣିଥରେ ‘ବିଗବସ୍‌’ର ନୂଆ ସିଜିନ ନେଇ ଆସୁଛନ୍ତି। ଏହି ଶୋରେ ଭାଗ ନେବାକୁ ଥିବା ସେଲିବ୍ରିଟିଙ୍କ ନାମ ସାମ୍ନାକୁ ଆସୁଛି। ଏହି ଶୋ’ରେ ଅଂଶଗ୍ରହଣ କରିବା ବିଷୟରେ ଅନେକ ସେଲିବ୍ରିଟିଙ୍କ ନାମ ମଧ୍ୟ ସାମ୍ନାକୁ ଆସୁଛି । ହେଲେ ଏହା ମଧ୍ୟରେ ସବୁଠାରୁ ବେଶ୍‌ ଚର୍ଚ୍ଚାରେ ରହିଛି ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା। ଏବେ ରାଜ୍‌ ନିଜର ମାସ୍କକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ପର୍ଣ୍ଣ ଫିଲ୍ମକୁ ନେଇ ବିବାଦରେ ଫସିଥିଲେ ରାଜ। ଏଥିପାଇଁ ଜେଲ ମଧ୍ୟ ଯାଇଥିଲେ। ହେଲେ ଏବେ ବିଗବସ୍‌ ହାଉସରେ ନଜର ଆସିପାରନ୍ତି ବୋଲି ସୂଚନା ମିଳିଛି। ରିପୋର୍ଟ ମୁତାବକ, ରାଜ କୁନ୍ଦ୍ରାଙ୍କୁ ‘ବିଗବସ୍‌୧୬’ ପାଇଁ ଆପ୍ରୋଚ କରାଯାଇଛି।

ସୂଚନାଯୋଗ୍ୟ, ଖୁବ୍ ଶୀଘ୍ର ରାଜ କୁନ୍ଦ୍ରା ବିଗ୍ ବସ୍ ୧୬ରେ ଯୋଗ ଦେବେ । ରାଜ ଏବଂ ଶୋର ମେକର୍ସଙ୍କ ମଧ୍ୟରେ କଥାବାର୍ତ୍ତା ଚାଲିଛି। ଯଦି ରାଜ ହଁ ମାରନ୍ତି, ତେବେ ବିଗ ବସ ୧୬ରେ ନଜର ଆସିପାରନ୍ତି । ସମଗ୍ର ଦେଶବାସୀଙ୍କୁ ନିଜର ସତ ବିଷୟରେ ଜଣାଇବାକୁ ନିଶ୍ଚିତ ଭାବେ ଇଚ୍ଛା ରଖିଥିବେ । ରାଜଙ୍କ ଉପରେ ଲାଗିଥିବା ଅଭିଯୋଗକୁ ନେଇ ନିଜ ପ୪ ରଖିବେ ବୋଲି ଫ୍ୟାନ୍ସ ଆଶା ରଖିଛନ୍ତି।

ରାଜ ଗତବର୍ଷ ଜୁଲାଇରେ ପର୍ଣ୍ଣଗ୍ରାଫି ଭିଡିଓ ବନାଇବା ଅଭିଯୋଗରେ ଗିରଫ ହୋଇଥିଲେ। ତେବେ ଏହି ମାମଲାରେ ତାଙ୍କ ସେପ୍ଟେମ୍ବରରେ ଜାମିନ ମିଳିଥିଲା। ଏହାପରେ ସର୍ବସାଧାରଣ ସ୍ଥାନରେ ଗହଳିରୁ ବଞ୍ଚିବା ପାଇଁ ଫେସ ମାସ୍କ ବ୍ୟବହାର କରୁଛନ୍ତି। ଏହାକୁ ନେଇ ଅନେକ ଥର ସୋସିଆଲ ମିଡିଆରେ ଟ୍ରୋଲ ମଧ୍ୟ ହେଲେଣି। ଏମିତି କାମ କଲେ ମୁହଁ ଲୁଚାଇବାକୁ ପଡେ ବୋଲି ଲୋକେ କହୁଛନ୍ତି।