Odia News Portal

କରୋନା କବଳରେ ଅଭିନେତା ରଣବୀର

ସୋସିଆଲ ମିଡିଆରେ ସୂଚନା ଦେଲେ ରଣବୀରଙ୍କ ମା ନୀତୁ କପୁର

ନୂଆଦିଲ୍ଲୀ: ଅଭିନେତା ରଣବୀର କପୁର କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେ ବର୍ତ୍ତମାନ କ୍ୱାରେଣ୍ଟାଇନ୍ ରେ ଅଛନ୍ତି । ଏନେଇ ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ଏହି ସୂଚନା ଦେଇଛନ୍ତି ରଣବୀରଙ୍କ ମା ନୀତୁ କପୁର ।ସେହିଭଳି ରଣବୀରଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାରୁ ଆସୁଛି ଓ ଏବେ ମୁମ୍ବାଇ ସ୍ଥିତ ନିଜ ବାସଭବନ କ୍ୱାରେଣ୍ଟାଇନରେ ରହିଥିବା ନିତୁ ଜଣାଇଛନ୍ତି । ଅସୁସ୍ଥତା ଯୋଗୁଁ ରଣବୀର ନିଜର ଦୁଇଟି ବଡ ଫିଲ୍ମ ପ୍ରୋଜକ୍ଟ ସମସେରା ଓ ବହ୍ମୋସ୍ତ୍ରର ସୁଟିଂ ସେଟରୁ କିଛି ସମୟ ପାଇଁ ବିରତି ନେଇଛନ୍ତି । ତେବେ ଏହି ଖବର ଜାଣିବା ପରେ ଫ୍ୟାନ୍ସମାନେ ରଣବୀରଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛନ୍ତି ।

ସେହିଭଳି ଡିସେମ୍ବର ମାସରେ ନିତୁ କପୁର ମଧ୍ୟ କରୋନାରେ ସଂକ୍ରମିତ ହେବା ପରେ ସୁସ୍ଥ ହୋଇଥିଲେ । ସେ ଗତ ବର୍ଷ ତାଙ୍କର ଫିଲ୍ମ ଫିଲ୍ମ ‘ଜୁଗ୍ ଜୁଗ୍ ଜିଓ’ର ସୁଟିଂ ସମୟରେ କରୋନା ଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିଲେ । କିଛି ଦିନ ଚିକିତ୍ସା ହେବା ପରେ ଆରୋଗ୍ୟ ଲାଭ କରିଥିଲେ ନିତୁ କପୁର ।