Odia News Portal

ନ୍ୟୁଡ୍‌ ଫଟୋ ଶୁଟ୍‌ କରି ଗିରଫ ହୋଇପାରନ୍ତି ରଣବୀର

ନ୍ୟୁଡ୍‌ ଫଟୋ ଶୁଟ୍‌ କରି ଫସିଲେ ରଣବୀର ସିଂହ। ଥାନାରେ ପହଞ୍ଚିଲା ମାମଲା। ବିଭିନ୍ନ ରାଜ୍ୟରେ ରଣବୀର ଏହି ଫଟୋକୁ ନେଇ ବିରୋଧ ପ୍ରଦଶର୍ନ ମଧ୍ୟ ହୋଇଛି। ତାଙ୍କ ବିରୋଧରେ ମୁମ୍ବାଇ ଚେମ୍ବୁର ପୁଲିସ ଷ୍ଟେସନରେ ମାମଲା ରୁଜୁ ହୋଇଛି। ଆଇପିସିର ଧାରା ୫୦୯, ୨୯୨, ୨୯୪ ଓ ଆଇଟି ଆକ୍ଟ ୬୭(କ)ରେ ପୁଲିସ ମାମଲା ରୁଜୁ କରିଛି। ଏହି ଆକ୍ଟ ଆଧାରରେ ସେ ଗିରଫ ମଧ୍ୟ ହୋଇପାରନ୍ତି ବୋଲି ଜଣେ ଆଇନଜୀବୀ କହିଛନ୍ତି।

ଅଭିନେତା ରଣବୀର ସିଂହ ପେପର୍‌ ମାଗାଜିନ୍‌ ପାଇଁ ଏହି ନ୍ୟୁଡ୍‌ ଫଟୋସୁଟ୍‌ କରିଥିଲେ। ଯେବେଠୁ ସେ କ୍ୟାମେରା ଆଗରେ ଉଲଗ୍ନ ହୋଇଛନ୍ତି ଆଉ ତାଙ୍କ ନଗ୍ନ ଫଟୋ ସାମ୍ନାକୁ ଆସିଛି ସେବେଠୁ ଚର୍ଚ୍ଚା ଜୋର ଧରିଛି। ବିଭିନ୍ନ ମହଲରେ ରଣବୀରଙ୍କ ଏହି ଫଟୋକୁ ନେଇ ନିନ୍ଦା କରାଯାଇଛି।