Odia News Portal

ଏବେ ନେଟଫ୍ଲିକ୍ସରେ ଦେଖିବାକୁ ମିଳିବ ‘RRR’,

କରୋନା କାଳ ପରଠାରୁ ଓଟିଟି ପ୍ଲାଟଫର୍ମର ପରିସର ବୃଦ୍ଧି ପାଇଛି। ଏବେ ଦର୍ଶକ ସିନେମାଘରେ ଫିଲ୍ମ ରିଲିଜ୍ ହେବା ପରେ ଓଟିଟିରେ ଆସି ବାକୁ ଅପେକ୍ଷା କରୁଛନ୍ତି। ଯାହା ଦ୍ୱାରା ସେମାନେ ଘରେ ବସି ଫିଲ୍ମକୁ ଦେଖିପାରିବେ। ଏସ୍ଏସ୍ ରାଜାମୌଲିଙ୍କ ଫିଲ୍ମ ‘RRR’ ବକ୍ସ ଅଫିସରେ କମାଲ କରିଛି। ଫିଲ୍ମଟି ସାରା ବିଶ୍ୱରେ ୧୧୦୦ କୋଟିରୁ ଅଧିକ ଟଙ୍କା ରୋଜଗାର କରିଛି । ଜେଆର ଏନଟିଆର ଏବଂ ରାମଚଚରଣଙ୍କ ଅଭିନୀତ ଏହି ଫିଲ୍ମ ବର୍ତ୍ତମାନ ଓଟିଟି ପ୍ଲାଟଫର୍ମକୁ ଆସିବାକୁ ଯାଉଛି। ଏହାର ତାରିଖ ମଧ୍ୟ ଘୋଷଣା କରାଯାଇଛି।

‘RRR’ ମାର୍ଚ୍ଚ ୨୪, ୨୦୨୨ ରେ ସିନେମାଘରେ ରିଲିଜ୍ ହୋଇଥିଲା। ଫିଲ୍ମଟି ହିନ୍ଦୀ, ତେଲୁଗୁ, ତାମିଲ, ମାଲାୟାଲମ୍ ଏବଂ କନ୍ନଡ ଭାଷାରେ ପାନ ଇଣ୍ଡିଆ ସ୍ତରରେ ପହଞ୍ଚିଛି। ବର୍ତ୍ତମାନ ଏହାକୁ ନେଟଫ୍ଲିକ୍ସରେ ଦେଖିବାକୁ ମିଳିବ। ନେଟଫ୍ଲିକ୍ସ ଏକ ପୋଷ୍ଟର ସେୟାର କରି ଏହି ସୂଚନା ଦେଇଛି। ‘RRR’ ହିନ୍ଦୀ ଜୁନ୍ ୨ ରେ ଆସିବ। ନେଟଫ୍ଲିକ୍ସ କ୍ୟାପସନରେ ଲେଖିଛନ୍ତି- ‘ଆପଣ ଗର୍ଜନ ଶୁଣି ପାରୁଛନ୍ତି କି? ଆମେ ଏକ୍ସାଇଟମେଣ୍ଟରେ ଚିତ୍କାର କରୁଛୁ। ନେଟଫ୍ଲିକ୍ସରେ RRR ହିନ୍ଦୀ ଆସୁଛି। ପ୍ରସ୍ତୁତ।’

ସେହିପରି ‘RRR’କୁ ଅନ୍ୟ ଭାଷାରେ ଆପଣ ମେ ୨୦ ରେ କେବଳ Zee5 ରେ ଦେଖିପାରିବେ। ସମ୍ପ୍ରତି, Zee5 କହିଛି ‘RRR’ ର ୱାର୍ଲଡ ଡିଜିଟାଲ୍ ପ୍ରିମିୟର୍ ମେ ୨୦ରେ ହେବ। ଏହା ଇଂରାଜୀ ସବଟାଇଟେଲ୍ ସହିତ ତେଲୁଗୁ, ତାମିଲ, କନ୍ନଡ ଏବଂ ମାଲାୟାଲମରେ ଦେଖିବାକୁ ମିଳିବ।