Odia News Portal

ମିଛ ଉପରୁ ଉଟିଲା ପରଦା


ବିଗ୍ ବସ୍ ୧୫’ର ଦର୍ଶକ ସେତେବେଳେ ଆଶ୍ଚର୍ୟ୍ୟ ହୋଇ ଯାଇଥିଲେ, ଯେତେବେଳେ ରାକ୍ଷୀ ସାଓ୍ଵନ୍ତ ନିଜ ସ୍ୱାମୀ ରିତେଶଙ୍କ ସହିତ ଶୋ’ରେ ଏଣ୍ଟ୍ରି କରିଥିଲେ। ୨୦୧୯ରେ ବିବାହ କରିଥିବା ରାକ୍ଷୀଙ୍କ ସ୍ୱାମୀଙ୍କୁ ଆଜି ପର୍ୟ୍ୟନ୍ତ କେହି ବି ଦେଖି ନ ଥିଲେ, ଏପରି କି, ତାଙ୍କର କୌଣସି ବି ଫଟୋ ସାମ୍ନାକୁ ଆସି ନ ଥିଲା। ପୁଣି ହଠାତ୍ ଏମିତି ପ୍ରକଟ ହେବା ଲୋକଙ୍କୁ ଏକଦମ୍ ଆଶ୍ଚର୍ୟ୍ୟ କରି ଦେଇଥିଲା। ସେ ରାକ୍ଷୀଙ୍କ ପ୍ରକୃତ ସ୍ୱାମୀ ବୋଲି ଖୋଦ୍ ସଲମାନ ଖାନଙ୍କୁ ମଧ୍ୟ ବିଶ୍ୱାସ ହୋଇ ନ ଥିଲା। ଏବେ ରିତେଶଙ୍କୁ ନେଇ ଏମିତି କିଛି ଖବର ମଧ୍ୟ ସାମ୍ନାକୁ ଆସୁଛି, ଯାହାକୁ ଶୁଣିଲେ ଆପଣଙ୍କ ଗୋଡ଼ ତଳୁ ମାଟି ଖସିଯିବ।
ଲୋକଙ୍କୁ ପ୍ରଥମରୁ ହୋଇଥିଲା ସନ୍ଦେହ
କହି ରଖୁଛୁ, ଏହି ଦୁଇଜଣଙ୍କ ବିବାହକୁ ନେଇ ଖୋଦ୍ ସଲମାନ ଖାନ ବି ସନ୍ଦେହ କରି ସାରିଛନ୍ତି। ସେ ଓ୍ଵିକେଣ୍ଡ କା ଓ୍ଵାର୍ ଏପିସୋଡ୍ରେ ରାକ୍ଷୀଙ୍କୁ ପଚାରିଥିଲେ ଯେ ‘ଏ ପ୍ରକୃତରେ ତୁମର ସ୍ୱାମୀ ନା ଭଡ଼ାରେ ସ୍ୱାମୀର ରୋଲ୍ ନିଭାଇବା ପାଇଁ ନେଇକି ଆସିଛ’। ଏହା ଉପରେ ରାକ୍ଷୀ ପ୍ରତିକ୍ରିୟା ଦେଇଥିଲେ କି, ‘ନା ସଲମାନ, ଏ ମୋର ସ୍ୱାମୀ ରିତେଶ ଏବଂ ଆପଣଙ୍କ ଜିଜା ଜୀ’।
ଶୋ’ରେ ଧମାଲ କରୁଛନ୍ତି ରିତେଶ
ଶୋ’ରେ ଦୁଇଜଣ ନିଜର ଅଲଗା ଅଲଗା ଲଭ୍ ଷ୍ଟୋରୀ ଶୁଣାଇଥିଲେ। ରିତେଶ କହିଥିଲେ କି, ରାକ୍ଷୀ ତାଙ୍କୁ ପ୍ରପୋଜ କରିଥିଲେ। ଯେତେବେଳେ କି, ରାକ୍ଷୀ ସାଓ୍ଵନ୍ତ ଘରବାଲାଙ୍କୁ କହିଥିଲେ ଯେ ରିତେଶ ଥିଲେ, ଯିଏ ତାଙ୍କୁ ବିବାହ ପାଇଁ ପ୍ରପୋଜ କରିଥିଲେ। ଏବେ ଏହା ଦେଖିବା ପାଇଁ ଉତ୍ସାହ ରହିବ କି, ରିତେଶଙ୍କ ସହ ଜଡ଼ିତ ରାଜ୍ କେବେ ବାହାରକୁ ଆସୁଛି। ବର୍ତ୍ତମାନ ଏହି ରିତେଶ ବିଗ୍ ବସ୍ ଘରେ ଭିଆଇପି ମେମ୍ବର ହୋଇ ଧମାଲ କରୁଛନ୍ତି।