Odia News Portal

ନିର୍ବନ୍ଧ କରିଛନ୍ତି ବଲିଉଡ ସୁନ୍ଦରୀ ସେନାକ୍ଷୀ ସିହ୍ନା

ନିର୍ବନ୍ଧ କରିନେଇଛନ୍ତି ବଲିଉଡ ସୁନ୍ଦରୀ ସେନାକ୍ଷୀ ସିହ୍ନା । ସୋସିଆଲ ମିଡିଆରେ ଛାଡ଼ିଲେ ଫଟୋ । ହେଲେ ଲୁଚାଇଲେ ଭାବୀ ସ୍ବାମୀଙ୍କ ପରିଚୟ ।

ତାଙ୍କ ଇନଷ୍ଟାଗ୍ରାମ ପେଜରେ ଏକ ଫଟୋ ପୋଷ୍ଟ କରିଛନ୍ତି । ଯେଉଁଥିରେ ଦେଖାଯାଉଛି ଯେ, ସେ ହାତରେ ଏକ ଡାଇମଣ୍ଡ ମୁଦି ପିନ୍ଧିଛନ୍ତି । ଏବଂ ତାଙ୍କ ହାତକୁ ତାଙ୍କ ଭାବୀ ସ୍ବାମୀ ଧରିଥିବାର ଦେଖାଯାଉଛି । ହେଲେ ଫଟୋରେ ସେ ଭାବି ସ୍ବାମୀଙ୍କ ମୁହଁ ଦେଖାଇନାହାନ୍ତି । ଫଟୋରେ କେବଳ ହାତ ହିଁ ଦେଖାଯାଉଛି ।
ଏହି ଫଟୋ ଦେଖିସାରିବା ପରେ ଫ୍ୟାନମାନେ ଏବେ ସସପେନ୍ସରେ ଅଛନ୍ତି । ପରିଚୟ ଗୋପନ ରଖି ଫଟୋ ପୋଷ୍ଟ କରିଛନ୍ତି ସୋନାକ୍ଷୀ । ଏବେ ଦେଖିବାର କଥା ସେ କାହାକୁ ଏବଂ କେବେ ବିହାହ କରିବେ ।