Odia News Portal

୮ ସେଲିବ୍ରିଟିଙ୍କ ବିରୋଧରେ ମାମଲା ରୁଜୁ

ମୁମ୍ବାଇ() ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ, ଶ୍ରଦ୍ଧା କପୁର, ଦୀୟା ମିର୍ଜା, ସାରା ଅଲୀ ଖାନ,ରକୁଲ, ଶ୍ରୁତି ମୋଦିଙ୍କ ନାଁ ଡ୍ରଗ୍ସ ମାମଲାରେ ସାମ୍ନାକୁ ଆସିଛି। ଏନିସିବିର ଡ୍ରଗ୍ସ ତଦନ୍ତରେ ଏମାନଙ୍କ ନାଁ ଆସିବାରୁ ମୁଜାଫରପୁରରେ ଧାରା ୫୦୪, ୫୦୬, ୧୨୦, ୨୮୪ରେ ଏ ସମସ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।

ଅଭିଯୋଗ ହୋଇଛି ଯେ ଏମାନେ ସମସ୍ତେ ମୁମ୍ବାଇର କୋକେ କ୍ଳବରେ ଯେଉଁ ପାର୍ଟି କରିଥିଲେ ସେଠାରେ ଡ୍ରଗ୍ସ ସେବନ କରିଥିଲେ। ଏହା ବ୍ୟତୀତ ଏହି କଳାକାର ବିଦେଶରୁ ଡ୍ରଗ୍ସ ମଗାଇ ନିଜେ ବ୍ୟବହାର କରିବା ସହ ଓ ବିକ୍ରି କରିବାର ଅଭିଯୋଗ ହୋଇଛି।