Odia News Portal

କୋଣାର୍କ ଯାଇ ଲୋକହସା ହେଲେ ଏହି ଓଡିଆ ଅଭିନେତ୍ରୀ

ଭୁବନେଶ୍ୱର() କୋଣାର୍କ ଯାଇ ସମାଲୋଚନାର ଶିକାର ହୋଇଛନ୍ତି ଓଲିଉଡ୍ ଅଭିନେତ୍ରୀ ସୂର୍ୟ୍ୟମୟୀ ମହାପାତ୍ର। କୋଣାର୍କ ଯିବାପରେ ତାଙ୍କୁ କୋଣାର୍କ ମନ୍ଦିର ସମ୍ପର୍କିତ କିଛି ପ୍ରଶ୍ନ କରାଯାଇଥିଲା। ସେଥିରୁ ସେ କିଛି ପ୍ରଶ୍ନର ଉତ୍ତର ଦେଇ ପାରିନଥିଲେ।

ଯେମିତି କି କୋଣାର୍କ ମନ୍ଦିର ନିର୍ମାଣ କରିବାରେ କେତେ ବଢ଼େଇ କାମ କରୁଥିଲେ ପଚାରିବାରୁ ସୂର୍ୟ୍ୟମୟୀ ଠିକ ଭାବେ ସ୍ପଷ୍ଟ ଉତ୍ତର ଦେଇପାରି ନଥିଲେ।


ଧର୍ମପଦଙ୍କ ବାପାଙ୍କ ନାଁ କ’ଣ, ସେ ସମୟର ରାଜା କିଏ ଥିଲେ, ଏମିତି କିଛି ପ୍ରଶ୍ନର ସୂର୍ୟ୍ୟମୟୀ ଉତ୍ତର ଦେଇ ପାରିନଥିବା ବେଳେ ତାଙ୍କ ପାଖରେ ଥିବା ଜଣେ ଫଟୋଗ୍ରାଫର/ ଗାଇଡ୍ ଆସି ତାଙ୍କୁ କୋଣାର୍କ ମନ୍ଦିରର ଇତିହାସ ବିଷୟରେ ବୁଝାଇଥିଲେ।ଏହାପରେ ସୂର୍ୟ୍ୟମୟୀ ଏସବୁ କଥାକୁ ମନେ ରଖିବେ ବୋଲି କହିଥିଲେ।

ଯାହା ତାଙ୍କ ପ୍ରଶଂସକଙ୍କୁ ଆଦୌ ଭଲ ଲାଗିନଥିଲା। ୟୁଟ୍ୟୁବରେ ଏହି ଭିଡ଼ିଓ ଶେଆର ହେବା ପରେ କିଛି ଲୋକ ଓଡ଼ିଆ ଅଭିନେତ୍ରୀ ହୋଇ ସୁର୍ୟ୍ୟମୟୀ ବିଶ୍ୱପ୍ରସିଦ୍ଧ କୋଣାର୍କ ବିଷୟରେ କିଛି ଜାଣି ନଥିବାରୁ ତାଙ୍କୁ ନିନ୍ଦା କରିଛନ୍ତି।କିଛି ଲୋକ ଏମିତି ପ୍ରଶ୍ନର ଉତ୍ତର ଛୁଆମାନେ ବି ଦେଇଦେବେ, କିନ୍ତୁ ଜଣେ ଅଭିନେତ୍ରୀ କେମିତି ଏ ସବୁ କଥା ଜାଣିନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି।